ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ସୁସ୍ଥ ହେଲେ ବିଜେଡି ସୁପ୍ରିମୋ ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରୁ ଡିସଚାର୍ଜ । ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ମୁମ୍ବାଇରେ ରହିବେ । ସେଠାରେ ତାଙ୍କର ଫିଜିଓ ଥେରାପି ଚାଲିବ । ଏନେଇ ସୂଚନା ଦେଇଛନ୍ତି ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର । ଭୁବନେଶ୍ବର ଫେରିବା ନେଇ ଶ୍ରୀ ମିଶ୍ର ନିର୍ଦ୍ଦିଷ୍ଟ ସମୟ ସଂପର୍କରେ ସୂଚନା ଦେଇ ନାହାନ୍ତି ।

ସୂଚନାଯୋଗ୍ୟ, ଗତ ଜୁନ୍ ୨୦ ତାରିଖରେ ସର୍ଭିକାଲ୍‌ ଆର୍ଥ୍ରାଇଟିସ୍‌ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ । ସେଠାରେ ସେ କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଅପରେସନ କରାଇଥିଲେ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ହେଉଥିଲା ଚିକିତ୍ସା । ମୋଟ ୪ ଘଣ୍ଟାର ଅପରେସନରେ ୨ ଘଣ୍ଟାର ମେଜର ଅପରେସନ ରହିଥିଲା । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ବର ରାମ ମନ୍ଦିରରେ ୨୦୧ ସମୂହ ଦୀପଦାନ କରିଥିଲା ବିଜେଡି। ଆଉ ଏବେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ନବୀନ ।