କେନ୍ଦୁଝର: ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍ । ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ଜିଲ୍ଲା ଦୌରାଜଜ୍ । ଶ୍ବଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଅନ୍ତରୀଣ ଜାମିନ୍ ମିଳିଥିବା ନେଇ ସୂଚନା ମିଳିଛି ।
କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାର ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ମହା ଘୋଟଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କିବାର ପ୍ରମାଣ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ ଓ ରାଜ୍ୟ ସ୍ପେସାଲ୍ ଟାକ୍ସଫୋର୍ସ ବା ଏସ୍ଟିଏପର ଅଧିକାରୀଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଛି ।
ଆର୍ଥିକ ଅନିୟମିତତା ମାମଲାରେ ଗିରଫ ହୋଇ ବାଲେଶ୍ବର ଜିଲ୍ଲା କାରାଗାର ବିଚାର ବିଭାଗୀୟ ହାଜତରେ ଥିବା ଗନ୍ଧମାର୍ଦ୍ଧନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସମବାୟ ସମିତିର ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ଗତ ଏପ୍ରିଲ ୪ ତାରିଖରେ ଓଡ଼ିଶା ଜମାକାରୀ ସ୍ବାର୍ଥରକ୍ଷା (ଓପିଆଇଡି) ଅଦାଲତରେ ହାଜର କରାଯାଇଥିଲା। ତେବେ ତାଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନର ଶୁଣାଣି ନହେବାରୁ ତାଙ୍କୁ ପୁଣି ଜେଲକୁ ଯିବାକୁ ପଡ଼ିଥିଲା ।