ଗୁରୁମନ୍ତ୍ର ଦେବେ ନବୀନ: ୩ ଦିନ ଧରିଚାଲିବ ପର୍ଯ୍ୟବେକ୍ଷକ ବୈଠକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି । ବିଜେଡି ସଂଗଠନରେ ହେବ ବଡ ପରିବର୍ତନ । ବଦଳିବେ ପର୍ଯ୍ୟବେକ୍ଷକ, ବଦଳିବେ ଜିଲ୍ଲା ସଭାପତି । ଆଜିଠୁ ନବୀନ ନିବାସରେ ପର୍ଯ୍ୟବେକ୍ଷକ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରିବା ପାଇଁ କରାଯିବ ନବକଳବେର । ୨୦୨୪ ନିର୍ବାଚନକୁ ଆଖ ଆଗରେ ରଖି ଏବେଠୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।

ଆଜିଠାରୁ ୩ ଦିନ ଧରି ସାଙ୍ଗଠନିକ ସ୍ଥିତିକୁ ନେଇ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୩ଟି ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ନିବାସରେ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ପ୍ରତ୍ୟେକ ଦିନ ୧୦ରୁ ୧୧ ଜଣ ପର୍ଯ୍ୟବେକ୍ଷକ ଏହି ବୈଠକରେ ଯୋଗଦେବେ । ସକାଳୁ ସନ୍ଧ୍ୟା ଭିତରେ ବିଭିନ୍ନ ସମୟରେ ଦୁଇରୁ ତିନିଜଣ ଲେଖାଏଁ ପର୍ଯ୍ୟବେକ୍ଷକମାନଙ୍କ ସହିତ ସଭାପତି ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଗତ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ହାତେଇ ବାଜିତମାତ କରିଛି ବିଜେଡି । ଯେଉଁ ଦକ୍ଷତା ଭିତିରେ ଦଳୀୟ ନେତାଙ୍କୁ ବାଟିଂବେ ଦାୟିତ୍ୱ ନବୀନ । ଦଳର ଖରାପ ପ୍ରଦର୍ଶନ ଖୋଜିବା ପାଇଁ ଆଜି ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ଡକାଇଛନ୍ତି ମୁଢଖ୍ୟମନ୍ତ୍ରୀ ନବୀନ ପଟନାୟ । ତେବେ ପୈାର ଞ୍ଚାଂୟତ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହେବ । ଜିଲ୍ଲାଗୁଡିକରେ ଥିବା ସଂଗଠନ ସଫଳତା ନଧ୍ୟ ଆଲୋଚନା ହେବ । ଦଳ କିପରି ଆଗକୁ ଯିବ, ଏବଂ ଆହୁରି ଶକ୍ତିଶାଳୀ ହେବ ସେ ନେଇ କର୍ମୀଙ୍କୁ ୩ ଦିନ ଧରି ଗୁରୁମନ୍ତ୍ର ଦେବେ ଦଳର ମୁଖିଆ ନବୀନ ପଟ୍ଟନାୟକ।

ଆଗାମୀ ଦିନରେ ସଂଗଠନକୁ ଲୋକପ୍ରିୟତାର ଶୀର୍ଷରେ ପହଁଚାଇବାକୁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମୀକ୍ଷା ବୈଠକରେ ନବୀନ ଜିଲ୍ଲାୱାରୀ ସଫଳତା ଓ ବିଫଳତାର ହିସାବ ନେବେ । ଏଥିସହିତ ଯେଉଁ ଜିଲ୍ଲାପରିଷଦ ଜୋନରେ ଆଶାନୁରୂପ ପ୍ରଦର୍ଶନ କରିପାରିନି ଦଳ, ସେଠାରେ ପୁଣି ଥରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ୩ ଧରି ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରି ଦେଖିବେ କେଉଁ ସ୍ତାନରେ କମିଯାଇଛି ବିଜେଡିର ଦବଦବା । ଯାହାକୁ ସଜାଡିବ ପାଇଁ ଗୁରୁମନ୍ତ୍ର ଦେବେ ନବୀନ । ଏଥିପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଡାକିଛନ୍ତି ନବୀନ ।