ନବୀନ ଙ୍କ ଉତ୍ତରାଧିକାରୀ ନେଇ ତେରଛା ବାଣ ମାରିଲେ ଅଶୋକ ପଣ୍ଡା। ନବୀନ ଙ୍କୁ ଭେଟି ନବ ବର୍ଷ ଶୁଭେଚ୍ଛା ଜଣାଇବା ପରେ ଗଣମାଧ୍ୟମ କୁ ପ୍ରତିକ୍ରିୟା। କିଏ ଚାହିଁଚି ସିଏ ଅଲଗା କଥା। କିନ୍ତୁ ସବୁଠାରୁ ବଡ଼ କଥା ହେଲା ଗ୍ରହଣୀୟତା। ଓଡିଶା ଲୋକ ନବୀନ ବାବୁ ଙ୍କୁ ଗ୍ରହଣ କଲେ। ବିଜୁ ବାବୁ କଣ ତାଙ୍କୁ ବାଛିଥିଲେ? ଯାହା କୁ ଓଡିଶା ବାସୀ ଗ୍ରହଣ କରିବେ। ସିଏ ହିଁ ଓଡିଶା ବାସୀ ସ୍ଵାର୍ଥ ଜଗିବ। ଦଳରେ ସମସ୍ତେ ଗୋଟିଏ କଥା କହୁଛନ୍ତି, ନବୀନ ବାବୁ ଆମର ନେତା, ଆମେ ତାଙ୍କ ନେତୃତ୍ଵରେ କାମ କରୁଛୁ। ଦଳ ନବୀନ ବାବୁ ଙ୍କ ପଛରେ ଦୃଢ଼ ଭାବେ ଛିଡା ହୋଇଛି। ଯଦି କେଉଁଠି ଭୁଲ ତ୍ରୁଟି ରହିଚି, ତାହା ଦଳୀୟ forum ରେ ଆଲୋଚନା ହୋଇ ସମାଧାନ ହୋଇ ପାରିବ। ବିଜୁ ବାବୁ ଉତ୍ତରାଧିକାରୀ ବାଛିଥିଲେ କି? ନବୀନ ବାବୁ କହିଛନ୍ତି ଓଡିଶା ବାସୀ ମୋ ଉତ୍ତରାଧିକାରୀ ବାଛିବେ।