ପାଟଣା, ୦୮/୦୬: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମଲାରପଦା ପ୍ରାଥମିକ ବିଦ୍ୟାଳୟରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଜଗନ୍ନାଥ ନାୟକ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦାର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା, ଜିଲ୍ଲା ଛାତ୍ର ଉପ ସଭାପତି ବିପ୍ଳବ କୁମାର ପୃଷ୍ଟି, ବ୍ଲକ ଉପାଧ୍ୟକ୍ଷା କିରଣ ବାଳା ସିଂ, ବ୍ଲକ ବିଜେଡି ଛାତ୍ର ସଭାପତି ପ୍ରଣବ ପହି, ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ନାଏକ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ରକ୍ତ ଦାନ ଶିବିରରେ ୪୫ୟୁନିଟ ରକ୍ତ ସଂଗ୍ରହ ହେଇଥିଲା ।
ଜିଲ୍ଲା ରକ୍ତ ଭଣ୍ଡାର ପିଆର୍ଓ ଅୟୁସମାନ ସାହୁ, ଟେକ୍ନିସିଆନ ଭାଗିରଥି ମହାକୁଡ଼, ନିର୍ମଳ ମହାନ୍ତ ଓ ଶଙ୍କର୍ଷଣ ନାଏକ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ମଲାରପଦା ପଂଚାୟତର ତରୁଣ ସେନ ନାଏକ, ଦିଲୀପ ସିଂ ଓ ସମୀର କୁମାର ବେହେରା ପରିଚାଳନାରେ ସହଯୋଗ କରିଥିଲେ ।