(ରାଜସ୍ଥାନ) : ଏଣିକି ବିବାହ କାର୍ଡରେ ଲାଗିବ ବର-କନ୍ୟାଙ୍କ ଜନ୍ମ ତାରିଖ । ବାଲ୍ୟ ବିବାହକୁ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କ ଏଭଳି ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରିଛନ୍ତି । ଉଭୟଙ୍କ ଜନ୍ମ ପ୍ରମାଣ ପତ୍ରର ଏକ କପି ପ୍ରିଣ୍ଟିଂ ପ୍ରେସକୁ ଦିଆଯିବ। ରାଜ୍ୟରେ ହେଉଥିବା ବାଲ୍ୟ ବିବାହକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
ସୂଚାନୁଯାୟୀ ,ରାଜ୍ୟ ସରକାରଙ୍କ ଏକ ନିର୍ଦ୍ଦେଶରେ ଏବେ ବର-ବଧୂଙ୍କ ଜନ୍ମତିଥି ବିବାହ ନିମନ୍ତ୍ରଣ କାର୍ଡରେ ଛପା ହେବ। ତେବେ ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ବାଲ୍ୟ ବିବାହ ଏକ ଅପରାଧ। ବାଲ୍ୟ ବିବାହ କରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।