ବୀରଭୂମ ହିଂସା ଘଟଣାରେ ସିବିଆଇକୁ ତଦନ୍ତ ଭାର, ଏପ୍ରିଲ ୭ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବୀରଭୂମ ହିଂସା ଘଟଣାର ତଦନ୍ତ ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରାଯାଇଛି। କଲିକତା ହାଇକୋର୍ଟ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଦାବିପତ୍ରରେ ବେଙ୍ଗାଲୁରୁ ପୋଲିସ ଘଟଣାର ତଦନ୍ତ କରିବା ନେଇ କୁହାଯାଇଥିଲା। ଏହା ସହିତ କୋର୍ଟ ସିବିଆଇକୁ ଏପ୍ରିଲ ୭ ସୁଦ୍ଧା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଜଣେ ପଞ୍ଚାୟତ ଅଧିକାରୀଙ୍କ ହତ୍ୟାକୁ ବିରୋଧ କରି ବୀରଭୂମରେ ପ୍ରାୟ ୧୨ରୁ ଅଧିକ ଘର ଗୁଡ଼ିକୁ ନିଆଁ ଲଗାଇ ଦିଆ ଯାଇଥିଲା। ଏଥିରେ ଦୁଇ ଶିଶୁଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସେହି ପରିପ୍ରେକ୍ଷୀରେ ସିବିଆଇ ପକ୍ଷରୁ ଏହି ମାମଲାର ତଦନ୍ତ ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଗୁରୁବାର ଦିନ ଏହି ମାମଲାର ଶୁଣାଣି କରିବା ପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି।

  • ସିବିଆଇ ତଦନ୍ତ ଦାବିକୁ ବଙ୍ଗଳା ସରକାର କରୁଥିଲେ ବିରୋଧ

ସିବିଆଇ ତଦନ୍ତ ଦାବିକୁ ମମତା ବାନାର୍ଜୀ ସରକାର ବିରୋଧ କରି କହିଥିଲେ କି, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍ ଏହି ଘଟଣାର ଯାଞ୍ଚ କରୁଛି ବୋଲି କୁହାଯାଇଥିଲା।ସେ କହିଛନ୍ତି ଏସଆଇଟି ଟିମକୁ ସମୟ ଦିଆଯିବା ଉଚିତ୍ | ତେବେ ଦୁଇ ଦିନ ଧରି ସମସ୍ତ ପକ୍ଷରୁ ଶୁଣାଣି କରାଯିବା ପରେ ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ଜଷ୍ଟିସ୍ ଆର ଭରଦ୍ୱାଜଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସମସ୍ତ ଦଲୀଲର ଯାଞ୍ଚ କରିବା ପରେ ଏନେଇ ନିର୍ଦ୍ଦେଶ ଦେବେ ବୋଲି ସେ କହିଛନ୍ତି। ବଙ୍ଗଳାର ଆଡଭୋକେଟ୍ ଜେନେରାଲ୍ ଏହି ମାମଲାକୁ ସିବିଆଇ କିମ୍ବା ଏନଆଇଏକୁ ହସ୍ତାନ୍ତର କରିବା ପାଇଁ ଆବେଦନକାରୀଙ୍କ ଅନୁରୋଧକୁ ବିରୋଧ କରିଥିଲେ ଏବଂ ତାଙ୍କ ଯୁକ୍ତିକୁ ସମର୍ଥନ କରିବା ପାଇଁ ବିଭିନ୍ନ ଅଦାଲତର ପୂର୍ବ ବିଚାରକୁ ଦର୍ଶାଇଥିଲେ।

ଅନ୍ୟପକ୍ଷେ, ବୁଧବାର ବିଳମ୍ବିତ ରାତିରେ ବୀରଭୂମରେ ଟିଏମସିର ଜଣେ ପଞ୍ଚାୟତ ନେତାଙ୍କୁ ହତ୍ୟା କରାଯାଇଥିଲା। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ନାମ ସହଦେବ ମଣ୍ଡଳ ।ବୁଧବାର ଦିନ ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଲୋକମାନେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଶକ୍ତି ନାଗରର କୃଷ୍ଣନଗର ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷେ ସହଦେବଙ୍କ ପତ୍ନୀ ଅନିମା ମଣ୍ଡଳ ବାଗୁଲା ଗ୍ରାମ ପଞ୍ଚାୟତ ୨ ନମ୍ବରର ଜଣେ ସଦସ୍ୟ ।ସୂଚନା ଥାଉ କି, ଏହି ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଜଣଙ୍କୁ ଗିରଫ କରାଯାଇ ସାରିଛି ।