ନୂଆଦିଲ୍ଲୀ: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ। ବିପ୍ଲବ କୁମାର ଦେବ ଇସ୍ତଫା ଦେଇଛନ୍ତି। ବିପ୍ଲବ କୁମାର ଦେବ ଶନିବାର ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର ଗୋଟିଏ ଦିନ ପରେ ସେ ଏହି ଇସ୍ତଫା ଦେଇଛନ୍ତି। ସୂଚନାନୁସାରେ, ଏହି ନିଷ୍ପତ୍ତି ବିଜେପି ନେତୃତ୍ୱରୁ ଆସିଛି। ବିଜେପି ବିଧାୟକଙ୍କ ବୈଠକରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।ଆଜି ସନ୍ଧ୍ୟା ୫ଟାରେ ବିଧାୟକ ଦଳ ବୈଠକରେ ହେବ ନୂଆ ମୁଖ୍ୟମନ୍ତ୍ରୀ ନିମନ୍ତେ ପ୍ରାର୍ଥୀ ଚୟନ ହେବ । କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଏହି ବୈଠକର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ଭାରତୀୟ ଜନତା ଦଳ (ତ୍ରିପୁରା)ରେ ୨୦୨୩ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନେଇ ଦଳ ରିସ୍କ ନେବାକୁ ଚାହୁଁ ନଥିବାରୁ ବିପ୍ଳବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଉପରୁ ଚାପ ପଡିଥିବା କଥା ଅନୁମାନ କରାଯାଇଛି । ଦଳ କହିଛି ଯେ, ଆସନ୍ତା ବର୍ଷ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ଏକ ନୂଆ ଚେହେରାକୁ ସାମ୍ନାକୁ ଆଣିବାକୁ ଚାହୁଁଛି । ୨୦୧୮ ରେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ବିପ୍ଲାବ କୁମାର ଦେବ ଦୀର୍ଘ ସମୟ ଧରି ଆରଏସଏସ ସହିତ ଜଡିତ ଥିଲେ | ତ୍ରିପୁରାର ଗୋମୋତି ଜିଲ୍ଲାର ଉଦୟପୁରର ଆକ୍ରାବାନରେ ଜନ୍ମଗ୍ରହଣ କରିଥିବା ବିପ୍ଲବ ରାଜନୀତି କ୍ଷେତ୍ରରେ ବେଶ ପାରଦର୍ଶୀ ।