ହରିୟାଣା: ବାଜି ମାରିଲେ ବିନେଶ୍ । କୁସ୍ତି ପରେ ଏବେ ରାଜନୀତିରେ କଲେ କମାଲ । ଚିତପଟାଙ୍ଗ ହେଲେ ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ । ହରିୟାଣାର ଜୁଲାନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିନେଶ ଫୋଗତ ବିଜୟୀ ହୋଇଛନ୍ତି। ୬୦୧୫ ଭୋଟରେ ଜିତିଛନ୍ତି ପୂର୍ବତନ ତାରକା କୁସ୍ତିଯୋଦ୍ଧା ବିନେଶ। ସେ ମୋଟ୍ ୬୫୦୮୦ ଭୋଟ୍ ପାଇଥିବାବେଳେ ବିଜେପିର କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ମିଳିଛି ୫୯୦୬୫ ଭୋଟ୍। ବିନେଶ ଫୋଗତଙ୍କ ଏହି ବିଜୟକୁ କଂଗ୍ରେସ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି, କାରଣ ସେ ବିଜେପିର ଜଣେ ପ୍ରଭାବୀ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ଏହି ବିଜୟ ହାସଲ କରିଛନ୍ତି।