ଭୁବନେଶ୍ଵର: ୩ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ । ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ନୂଆ ସଭାପତି ଘୋଷଣା । ନୃସିଂହ ଚରଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି କରାଯାଇଥିବା ବେଳେ ଝିନ ହିକ୍କାଙ୍କୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଏବଂ ଜଗନ୍ନାଥ ସାରକାଙ୍କୁ ରାୟଗଡା ବିଜେଡି ଜିଲ୍ଲା ସଭାପତି ଭାବେ ଚୟନ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଅନ୍ୟପଟେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏଥିସହ ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ମଧ୍ୟ ନିଯୁକ୍ତ ହୋଇଛନ୍ତି । ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ବରିଷ୍ଠ ସାଧାରଣ ସଂପାଦିକା ହୋଇଥିବା ବେଳେ ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା, ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ୍, ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତ କରିଛନ୍ତି ନବୀନ ।