ରିପୋର୍ଟର୍ସ ଟୁଡେ ବ୍ୟୁରୋ; ବିହାର ଖୁବ୍ଶୀଘ୍ର ଆଉ ଏକ “ବନ୍ଦେ ଭାରତ ଏକ୍ସପ୍ରେସ୍” ଟ୍ରେନ୍ର ସୁବିଧା ପାଇବାକୁ ଯାଉଛି। ରେଳବାଇ ବିହାରର ରାଜଧାନୀ ପାଟନା ଏବଂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ମଧ୍ୟରେ ଏହି ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି ଓ ଏହା ତିନୋଟି ରାଜ୍ୟ – ବିହାର, ଏମପି ଏବଂ ୟୁପି (ଉତ୍ତର ପ୍ରଦେଶ)ର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବ । ପାଟନା ଏବଂ ଭୋପାଳ ମଧ୍ୟରେ ଦୂରତା ଏକ ହଜାର କିଲୋମିଟରରୁ ଅଧିକ । “ବନ୍ଦେ ଭାରତ” ମାଧ୍ୟମରେ, ଦୁଇଟି ସହର ମଧ୍ୟରେ ଯାତ୍ରା ମାତ୍ର ୧୨-୧୩ ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ । ଯଦି ସବୁକିଛି ଠିକ୍ ଠାକ୍ ହୁଏ, ତେବେ ଏହି ଟ୍ରେନ୍ ଆଗାମୀ ଦୁଇ ମାସ ମଧ୍ୟରେ ଚଳାଚଳ ଆରମ୍ଭ କରିବ ଓ
ରିପୋର୍ଟ ଅନୁସାରେ, ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରୁ ଦୁଇଟି ନୂତନ ବନ୍ଦେ ଭାରତ ଟ୍ରେନ ଆରମ୍ଭକରିବା ପାଇଁ ପ୍ରୟାସ ଚାଲିଛି। ଏଥିମଧ୍ୟରୁ ଗୋଟିଏ ଭୋପାଳ-ପାଟନା ଏବଂ ଅନ୍ୟଟି ଭୋପାଳ-ଲକ୍ଷ୍ନୌ ରୁଟରେ ଚାଲିବ । ଏହି ଉଭୟ ରୁଟରେ ବନ୍ଦେ ଭାରତ ଚଳାଇବା ପାଇଁ ରେଳ ବୋର୍ଡକୁ ଏକ ପ୍ରସ୍ତାବ ପଠାଯାଇଛି। ବର୍ତମାନ, ଅନ୍ୟ ଏକ୍ସପ୍ରେସ ଟ୍ରେନଗୁଡ଼ିକ ଭୋପାଳ ଏବଂ ପାଟନା ମଧ୍ୟରେ ୧୮ ରୁ ୨୦ ଘଣ୍ଟା ସମୟ ନିଏ । ବନ୍ଦେ ଭାରତ ସହିତ ଏହି ଯାତ୍ରା ୬-୭ ଘଣ୍ଟା ହ୍ରାସ ପାଇବ।