ଓଡିଆଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ଖେଳିବେନି ଏହି ଖେଳାଳୀ

ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଟେଷ୍ଟ ସିରିଜ୍ । ନଭେମ୍ବର ୧୪ତାରିଖରେ କୋଲକାତାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏହାପରେ ଦିନିକିଆ ସିରିଜ୍ ହେବ, ଏବଂ ଶେଷରେ ଖେଳାଯିବ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ । ଟେଷ୍ଟ ପାଇଁ ଘୋଷଣା କରାଯାଇଛି ଟିମ୍ ଇଣ୍ଡିଆ ଏବଂ କୋଲକାତାରେ ବର୍ତ୍ତମାନ ପ୍ରସ୍ତୁତି କରୁଛି ଦଳ । ଦିନିକିଆ ସିରିଜ୍ ପାଇଁ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା କରାଯିବ ଦଳ । ଏହା ଜାଣିବାକୁ ମିଳିଛି ଯେ ଟିମ୍ ଇଣ୍ଡିଆର ଦିନିକିଆ ସିରିଜରୁ ବାହାରେ ରହିପାରନ୍ତି ଶ୍ରେୟସ ଆୟର । ସେ ପ୍ରାୟ ଗୋଟିଏ ମାସ ପାଇଁ ଖେଳରୁ ବାହାରେ ରହିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଖେଳିପାରିବେ ନାହିଁ ଶ୍ରେୟସ ଆୟର । ଶ୍ରେୟସ କଟରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ, ଯେଉଁଠାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅଂଶ ଥିଲେ ସେ । ଏହି ସମୟରେ କ୍କ୍ୟାଚ ଧରିବାବେଳେ ତାଙ୍କୁ ଗଭୀର ଆଘାତ ଲାଗିଥିଲା, ଯାହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ପ୍ରାୟତଃ ସୁସ୍ଥ ହେଉଛନ୍ତି ଶ୍ରେୟସ ଆୟର, କିନ୍ତୁ ତାଙ୍କର ପଡ଼ିଆକୁ ଫେରିବା ଅସମ୍ଭବ । ରିପୋର୍ଟରେ କୁହାଯାଇଛି ଯେ ଶ୍ରେୟସଙ୍କୁ ମ୍ୟାଚ୍-ଫିଟ୍ ହେବା ପାଇଁ ଅତି କମରେ ଗୋଟିଏ ମାସ ଲାଗିବ।

ବିସିସିଆଇ ତରଫରୁ କୁହାଯାଇଛି ଯେ, ଶ୍ରେୟସଙ୍କୁ ମ୍ୟାଚ୍-ଫିଟ୍ ହେବା ପାଇଁ ଅତି କମରେ ଗୋଟିଏ ମାସ ଲାଗିବ। ତେଣୁ, ଅନୁମାନ କରାଯାଉଛି ଯେ ସେ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ହରାଇବେ। ରିପୋର୍ଟ କରାଯାଇଛି ଯେ ଶ୍ରେୟସଙ୍କ ଅକ୍ସିଜେନ୍ ସ୍ତର ୫୦କୁ ହ୍ରାସ ପାଇଛି, ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଠିକ୍ ଭାବରେ ଠିଆ ହୋଇପାରୁ ନାହାନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି କିଛି ସମୟ ଦିଆଯିବା ଉଚିତ।
ଶ୍ରେୟସଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ସେ ଆହତ ହୋଇଥିଲେ। ଏହି ସିରିଜରୁ ଶୁଭମନ ଗିଲଙ୍କୁ ଭାରତର ODI ଦଳର ଅଧିନାୟକ ମଧ୍ୟ ନିଯୁକ୍ତ କରାଯାଇଥିଲା, ଯେତେବେଳେ ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଏବେ, ଯେତେବେଳେ ଭାରତ ବନାମ ଦକ୍ଷିଣ ଆଫ୍ରିକା ODI ସିରିଜ୍ ହେବ, BCCIକୁ ନୂତନ ଉପ-ଅଧିନାୟକ ନିଯୁକ୍ତ କରିବାକୁ ପଡିବ।