ରାଳବ ଗ୍ରାମରେ ମହା ଦୁର୍ନୀତି, RTI ତଥ୍ୟ ଖୋଲିଲା ପୋଲ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସୌନ୍ଦର୍ଯ୍ୟ କରଣ ନିମନ୍ତେ ସରକାର ଗ୍ରାମ୍ୟ ପାର୍କ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ପଞ୍ଚାୟତକୁ ଦେଉଥିବା ବେଳେ ପଞ୍ଚାୟତର କିଛି କୁଜିନେତା ମାନେ ବିନା ପାର୍କରେ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ୍ କରି ଦେଉଛନ୍ତି। ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମରେ। ସୂଚନା ମୁତାବକ ଆର୍ଥିକ ବର୍ଷ ୨୦୧୯-୨୦ରେ ପାର୍କ ନିର୍ମାଣ ପାଇଁ ୧୦,୦୦୦୦ ଟଙ୍କା ଆସିଥିବା ବେଳେ ଆର୍ଥିକ ବର୍ଷ ୨୦୨୧-୨୨ରେ ଅସମ୍ପୂର୍ଣ୍ଣ ପାର୍କ ପାଇଁ ୨୦୦୦୦୦ ଟଙ୍କା ଆସିଥିଲା। ଦୁଃଖର ଏବଂ ପରିତାପର ବିଷୟ ଏହିକି ଯେ ନିମ୍ନରେ ଦେଖୁଥିବା ପଡ଼ିଆଟିରେ କୁଆଡେ ତେର ଲକ୍ଷ ପଚିଶି ହଜାର ପାଞ୍ଚଶହ ପଞ୍ଚାବନ ଟଙ୍କା କୁଆଡେ ଖର୍ଚ୍ଚ ହେଉଛି। କିନ୍ତୁ ଏଠି କୌଣସି ପାର୍କ ହୋଇ ନାହିଁ କେବଳ କାଗଜ କଲମରେ ୧୩,୨୫,୫୮୮ ଟଙ୍କା ଲୁଟି ଦେଇଛନ୍ତି | ଏହା ଆମେ କହୁନୁ ଏ କଥା କହୁଛି RTI ରିପୋର୍ଟ । ଯଦି ଟଙ୍କା ଖର୍ଚ୍ଚ ହୋଇଛି ତାହାଲେ କେଉଁଠି ଖର୍ଚ୍ଚ ହୋଇଛି କେଉଁ ବାବଦରେ ଖର୍ଚ୍ଚ ହେଉଛି ତାହାର ପ୍ରମାଣ ରାଳବ ଗ୍ରାମ ବାସୀଙ୍କ ଆଗରେ ଉତ୍ତର ରଖିବାକୁ ଦାବି ହୋଇଛି ।