ପଟ୍ଟାମୁଣ୍ଡାଇ(ରିପୋର୍ଟର୍ସ ଟୁଡେ) : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୋଇ ଗଛ ପାଇଁ ସାନ ଭାଇକୁ ମାରିଦେଲା ବଡଭାଇ । ପୋଇଗଛ ପାଇଁ ବଡଭାଇ ଓ ସାନଭାଇ ମଧ୍ୟରେ ଝଗଡା ଲାଗିଥିଲା । ଝଗଡା ବଢି ଏକ ଉଗ୍ରରୂପ ଧାରଣ କରିଥିଲା । ଯାହା ଫଳରେ ଉତ୍ୟକ୍ତ ବଡ ଭାଇ ସାନଭାଇ କୁ ଆକ୍ରମଣ କରିଥିଲା ଏହା ଫଳରେ ସାନ ଭାଇର ମୃତ୍ୟ ହୋଇଛି । ସାନଭାଇକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେ କଟକ ବଡ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଦେହ ବ୍ୟବଚ୍ଚେଦ ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିିଛି ।