ଭୁବନେଶ୍ୱର: ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ । ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ଏୟାର ହଷ୍ଟେସଙ୍କୁ ଧୋକା ଦେଇ ବନ୍ଧା ହୋଇଛନ୍ତି ଭୁବନେଶ୍ବର ଏୟାରପୋର୍ଟ ଡିଜିଏମ । ଭୁବନେଶ୍ବର ବିମାନବନ୍ଦର ଡିଜିଏମ ଉମାକାନ୍ତ ପଟେଲକୁ ଗିରଫ କଲା ଏୟାରପୋର୍ଟ ଥାନା ପୋଲିସ । ଘରୋଇ ଏୟାରଲାଇନ୍ସରେ କାର୍ଯ୍ୟରତ ଯୁବତୀଙ୍କୁ ମିଛ କଥା କହି ଅବୈଧ ସମ୍ପର୍କ ରଖିବା ପରେ ବେଆଇନ୍ ଗର୍ଭପାତ କରିବା ଅଭିଯୋଗରେ ଉମାକାନ୍ତଙ୍କୁ ବାନ୍ଧିଛି ପୋଲିସ । ଉମାକାନ୍ତ ବିବାହିତ ହୋଇ ମଧ୍ୟ ଏ କଥା ଲୁଚାଇ ରଖିବା ସହ ଏୟାରଲାଇନ୍ସରେ କାମ କରୁଥିବା ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ବିବାହର ପ୍ରଲୋଭନ ଦେଖାଇଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖି ମଧ୍ୟ ବିବାହ ନକରିବାରୁ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଥିଲେ ଏୟାର ହଷ୍ଟେସ ଜଣକ । ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ ।