କୋଲ୍କାତା : ଭବାନୀପୁରର ପ୍ରାର୍ଥୀ ହୋଇଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ମମତା ଶୁକ୍ରବାର ମଧ୍ୟାହ୍ନରେ ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ତାଙ୍କୁ ଏହି ନିର୍ବାଚନରେ ଜିଣିବାକୁ ପଡ଼ିବ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ‘ଭାରତୀୟ ଜନତା ପାର୍ଟି’କୁ ପରାସ୍ତ କରିଥିଲେ ମଧ୍ୟ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିଥିବା ମମତା ବାନାର୍ଜୀ ପରାସ୍ତ ହୋଇଥିଲେ। ପଶ୍ଚିମବଙ୍ଗର ତିନୋଟି ଓ ଓଡ଼ିଶାର ଗୋଟିଏ ବିଧାନସଭା ଆସନ ନିମନ୍ତେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୪ ତାରିଖରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିଥିଲା।
୧୯୮୧ରେ କୋଲକାତାରେ ଜନ୍ମିତ ଚଳିତବର୍ଷ ସେ ଇଣ୍ଟାଲି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ଟିଏମସିର କମଲ ଶାହାଙ୍କଠାରୁ ୫୮୨୫୭ ଭୋଟରେ ପରାସ୍ତ ହୋଇଥିଲେ । ତେବେ ତାଙ୍କୁ ଦଳ ପୁଣି ଥରେ ଭବାନୀପୁରରୁ ଭରସା କରିବାକୁ ଯାଉଛି ।