ନୂଆଦିଲ୍ଲୀ : ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ ନେଇ କୌଣସି ସ୍ପଷ୍ପତି ହୋଇନି । କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟକୁ ବହିରେ ନାମକରଣ ପରିବର୍ତ୍ତନକୁ ସୁପାରିସ କରିଛି ଏନସିଇଆରଟି ୭ ଜଣିଆ କଟିମ ।ଏହାପରେ ବିବାଦ ତେଜିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଏନସିଇଆରଟି ଅଧ୍ୟକ୍ଷ ଦୀନେଶ ସକଲାନି ।
ଏନସିଇଆରଟି ଅଧ୍ୟକ୍ଷ ଦୀନେଶ ସକଲାନି କହିିଛନ୍ତି, ପିଲାଙ୍କୁ ଇଣ୍ଡିଆ ବଦଳରେ ଭାରତ ଲେଖିବା ଏବଂ ପ୍ରାଚୀନ ଇତିହାସ ବଦଳରେ ଶାସ୍ତ୍ରୀୟ ଇତିହାସ ପଢାଯିବାକୁ ନେଇ ସୁପାରିସ ହୋଇଛି କିନ୍ତୁ କୌଣସି ନିଷ୍ପତି ନିଆଯାଇନି । ଏନ୍ସିଇଆର୍ଟିର ୭ ଜଣିଆ କମିଟି ସୁପାରିସ କରିବା ପରେ ଉଭୟ ରାଜନୈତିକ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ବିତର୍କ ତେଜିଛି । ନିକଟରେ ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ପରିବର୍ତେ ‘ପ୍ରେସିଡେଂଟ ଅଫ୍ ଭାରତ’ ଲେଖିଥିଲେ କେନ୍ଦ୍ର ସରକାର । ସରକାରୀ ଭାବେ ପ୍ରଥମ ଥର ଏପରି ହୋଇଥିଲା ।ସେହିପରି ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନାମଫଳକରେ ମଧ୍ୟ ଭାରତ ଲେଖାଯାଇଥିଲା । ଏହିଠାରୁ ହିଁ ବିବାଦ ତେଜିଛି । ଏନସିଇଆରଟିର ପ୍ରସ୍ତାବ ପରେ ବିରୋଧୀ କଂଗ୍ରେସ କହିଛି, ତାଙ୍କ ପାଇଁ ଇଣ୍ଡିଆ ଓ ଭାରତ ସମାନ । କିନ୍ତୁ ଏବେର ସରକାର ଇତିହାସକୁ ନଷ୍ଟ କରିବାକୁ ପ୍ରଚେଷ୍ଟା ହେଉଛି ।