ଭୁବନେଶ୍ଵର: ବିଦ୍ୟାଳୟରେ ଭଗବତ୍ ଗୀତାର ଶ୍ଳୋକଗାନ କରିବେ ଛାତ୍ରଛାତ୍ରୀ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ଭଗବତ୍ ଗୀତାର ଶ୍ଳୋକଗାନ କରିବେ । ଏନେଇ ପ୍ରସ୍ତାବ ରଖାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ ଭଗବତ ଗୀତାର ପଠନ ଓ ମହତ୍ତ୍ବର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର । ଯାହର ଉତ୍ତରରେ ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଦ୍ୟାଳୟରେ ଭଗବତ ଗୀତାର ଶ୍ଲୋକ ଗାନ କରିବେ ଛାତ୍ରଛାତ୍ରୀ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।