ହୋମଗାର୍ଡ ନିଯୁକ୍ତି ନେଇ ‘ଏକ୍ସ’ ଜରିଆରେ ସଚେତନ କଲା ଭଦ୍ରକ ପୋଲିସ

ଭଦ୍ରକ: ହୋମଗାର୍ଡ ନିଯୁକ୍ତି ନେଇ ‘ଏକ୍ସ’ ଜରିଆରେ ସଚେତନ କଲା ଭଦ୍ରକ ପୋଲିସ । ଚାକିରି ପାଇଁ ଅସାଧୁ ବ୍ୟକ୍ତିଙ୍କ ମିଥ୍ୟା ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ । ଟଙ୍କା ବିନିମୟରେ ହୋମଗାର୍ଡ ଚାକିରି ଯୋଗାଡ଼ କରିଦେବେ ପ୍ରଚାର କରୁଛନ୍ତି ବୋଲି କହିଛି ଭଦ୍ରକ ପୋଲିସ ।

ଭଦ୍ରକ ପୋଲିସ କହିଛି, ହୋମଗାର୍ଡ ନିଯୁକ୍ତି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବ । କୌଣସି ଦଲାଲ ଏହି ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ନାହିଁ । କାହାକୁ ବି ଟଙ୍କା ଦିଅନ୍ତୁ ନାହିଁ, ଏହା ଏକ ପ୍ରକାର ଦଣ୍ଡନୀୟ ଅପରାଧ । ଯଦି କେହି ଟଙ୍କା ମାଗନ୍ତି, ନିକଟସ୍ଥ ଥାନା କିମ୍ବା ଜାରି ଫୋନ୍‌ ନଂରେ ଜଣାନ୍ତୁ ବୋଲି କହିଛି ପୋଲିସ । ଏଥିପାଇଁ ନଂ ମଧ୍ୟ ଜାରି କରିଛି ପୋଲିସ । 9438916370, 9437018644, 9438916604, 06784- 242035 ନଂରେ ଫୋନ କରି ଅଭିଯୋଗ କରିପାରିବେ ଛାତ୍ରଛାତ୍ରୀ ।