ଆଇପିଏଲ୍ ମହାସମର। ଆଜି ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ୧୪ତମ ମ୍ୟାଚ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଥିବାରୁ ଉକ୍ତ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ। ଗୁଜରାଟ ଟାଇଟାନ୍ସ ଶେଷ ମ୍ୟାଚରେ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିଛି। ମ୍ୟାଚ ମୁଖ୍ୟତଃ ଗୁଜରାଟ ଟାଇଟାନ୍ସ ବୋଲିଂ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ ମଧ୍ୟରେ ଲଢେଇ ହେବ।
ତେବେ ଦିନକୁ ଦିନ ଆଇପିଏଲ ରୋମାଞ୍ଚକର ହେବା ସହିତ ଲଢ଼େଇ ଜୋରଦାର ହେଉଛି । ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ । ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ଘରୋଇ ଗ୍ରାଉଣ୍ଡ୍ରେ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ମାତ୍ର ଗୁଜରାଟ ଟାଇଟନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଟିମ୍ ଇଣ୍ଡିଆର କିଙ୍ଗ୍ କୋହଲି ଓ ପ୍ରିନ୍ସ ଗିଲଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ସହଜ। ଏହି ପିଚ୍ରେ ବ୍ୟାଟ୍ସମ୍ୟାନମାନେ ସହଜରେ ରନ୍ କରିପାରିବେ। ଏଠାରେ ନୂତନ ବଲ୍ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ କରେ ଏବଂ ପୁରୁଣା ବଲ୍ ସ୍ପିନରମାନଙ୍କୁ ସାହାଯ୍ୟ କରେ। ଏହି ଗ୍ରାଉଣ୍ଡରେ ୨୦୦ ରନ ମଧ୍ୟ ପିଛା କରାଯାଇପାରିବ। ଏଠାରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଥିବା ଦଳକୁ ଫାଇଦା ମିଳିଥାଏ।
ଆଇପିଏଲରେ ଏପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯାଇଛି। ଏହି ସମୟ ମଧ୍ୟରେ ବାଙ୍ଗାଲୋର ପ୍ରାଧାନ୍ୟ ବିସ୍ତାର କରିଛି । ୫ଟି ମ୍ୟାଚ୍ ମଧ୍ୟରୁ ବାଙ୍ଗାଲୋର ୩ଟିରେ ବିଜୟୀ ହୋଇଛି ଏବଂ ଗୁଜରାଟ ୨ଟି ମ୍ୟାଚ୍ ହାରିଛି । ଏହି ସଂଖ୍ୟା ଅନୁସାରେ, ଉଭୟଙ୍କ ମଧ୍ୟରେ କଠିନ ପ୍ରତିଯୋଗିତା ହେବାକୁ ଯାଉଛି ।