ନୂଆଦିଲ୍ଲୀ-: ଆଇପିଏଲ୍ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ରବିବାର ଗୁଜରାଟ ଟାଇଟନ୍ସ ଧମାକାଦାର କ୍ରିକେଟ୍ ଖେଳି ୧୦ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ବିଜୟ ପରେ ଗୁଜରାଟ ସହ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସକୁ ମଧ୍ୟ ପ୍ଲେ ଅଫ୍କୁ ଯାଇଛନ୍ତି । ପଞ୍ଚମ ପରାଜୟ ବରଣ କରିବା ପରେ ଦିଲ୍ଲୀର ପ୍ଲେ ଅଫ୍ ଖେଳିବା ନେଇ ଆଶା ମଉଳିଛି ।
କେଏଲ୍ ରାହୁଲଙ୍କ ଅପରାଜିତ ୧୧୨ ରନ ବଳରେ ଦିଲ୍ଲୀ ୩ ୱିକେଟ୍ ହରାଇ ୧୯୯ ରନ୍ କରିଥିଲା । ହେଲେ ଗୁଜରାଟର ଦୁଇ ଯୁବ ଓପନର୍ ଶବମନ ଗିଲ୍ ଓ ସାଇ ସୁଦର୍ଶନ ପ୍ରଥମ ୱିକେଟ୍ରେ ରେକର୍ଡଭରା ୨୦୫ ରନ୍ କରି ନିଜ ଦଳକୁ ଗୋଟିଏ ଓଭର ପୂର୍ବରୁ ୧୦ ୱିକେଟ୍ରେ ବିଜୟୀ କରାଇଥିଲେ। ସୁଦର୍ଶନ ବ୍ୟକ୍ତିଗତ ଭାବେ ପ୍ରଥମ ଆଇପିଏଲ୍ ଶତକ ଅର୍ଜନ କରିଥିଲେ। ଗିଲ୍ କିନ୍ତୁ ୭ ରନ୍ ପାଇଁ ଆଉ ଏକ ଶତକରୁ ବଞ୍ଚିତ ହୋଇଥିଲେ ।
ବିରାଟ କୋହଲିଙ୍କ ଦଳ ଆରସିବି ଏଥର ଆଇପିଏଲରେ ଟାଇଟଲ ଜିତିବା ସମ୍ଭାବନା ଅଧିକ ରହିଛି । ୨୦୧୬ରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବଦ ଠାରୁ ପରାସ୍ତ ହୋଇ ବେଙ୍ଗାଲୁରୁ ହଜାର ହଜାର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା । କିନ୍ତୁ ଚଳିତ ଥର ଟିମର ସଦସ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ରାଇନା କହିଛନ୍ତି ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ଟାଇଟଲ ଜିତିବା ସମ୍ଭାବନା ଅଧିକ ରହିଛି । କାରଣ ଏଥର ସେମାନେ ଭିନ୍ନ ଉପାୟରେ ଖେଳୁଛନ୍ତି । ସେମାନେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟିମ୍ ୧୫୦ ଓ ୧୩୬ ରନ ଭଳି ସ୍କୋରକୁ ମଧ୍ୟ ସମ୍ନା କରିଛନ୍ତି । ସେମାନଙ୍କର ବୋଲରମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି ।