ଉକ୍ତଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି: ହିତାଧିକାରୀଙ୍କୁ ମିଳିବ ଆଉ ୬ ମାସ ମାଗଣା ଚାଉଳ

ଭୁବନେଶ୍ୱର: ଉକ୍ତଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ । ଏହା ଫଳରେ ଉପକୃତ ହେବେ ରାଜ୍ୟର ୮.୦୯ ଲକ୍ଷ ପରିବାର । ଏ ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ହିତାଧିକାରୀଙ୍କୁ ସେପ୍ଟେମ୍ବର ଯାଏ ୫ କିଲୋ ଅତିରିକ୍ତ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଷ୍ଟେଟପୁଲରୁ ୨୪ ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ ।