ଶୌଚ କରିବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ

ରାଇରଙ୍ଗପୁର-: ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରାଜନଗର ଥାନା ହନୁମାତବେଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ପୋଡଶୀ ଝାଡ଼ଖଣ୍ଡ ରାଜ୍ୟ ରାଜନଗର ଥାନା ହନୁମାତବେଡା ଗ୍ରାମର ଗମା ସର୍ଦ୍ଦାର(୪୦) ରାତିରେ ଶୌଚ ପାଇଁ ଗ୍ରାମର ପୋଖରୀ ନିକଟକୁ ଯାଇଥିଲେ। ତେବେ ହଠାତ୍ ସେହି ସମୟରେ ସେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ। ଭାଲୁ ଗମାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିଲା । ଭାଲୁଟି ଗମାଙ୍କ ଜଙ୍ଘରେ କାମୁଡିବା ସହିତ  ରାମ୍ପୁଡି ଦେଇଥିଲା ତେବେ ରକ୍ତାକ୍ତ ଅବସ୍ଥାରେ କୌଣସି ମତେ ସେ ଖସି ପଳାଇ ଆସି ନିଜ ଘରକୁ ପହଞ୍ଚିଥିଲେ । ତେବେ ପୋଡଶୀ ଝାରଖଣ୍ଡ ରାଜ୍ୟର ହସ୍ପିଟାଲ ଦୂରରେ ଥିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ତିରିଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ  ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର ।