ଇଶାନ୍ତ ଶର୍ମାଙ୍କ ଉପରେ ୨୫% ଜରିମାନା ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ: ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ତାଙ୍କ ଦଳ ଗୁଜରାଟ ଟାଇଟାନ୍ସ ବିଜୟ ସମୟରେ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଇଶାନ୍ତ ଶର୍ମାଙ୍କୁ ତାଙ୍କ ମ୍ୟାଚ୍ ଫି ର ୨୫ ପ୍ରତିଶତ ଜରିମାନା କରାଯାଇଛି ଏବଂ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଏକ ଡିମେରିଟ୍ ପଏଣ୍ଟ ଯୋଡାଯାଇଛି । ଈଶାନ୍ତ ଧାରା ୨.୨ ଅନୁଯାୟୀ ଏକ ଅପରାଧ କରିଥିବାରୁ ଦୋଷୀ ହୋଇଥିଲେ ।

“ଇଶାନ୍ତ ଶର୍ମା ଧାରା ୨.୨ ଅନୁଯାୟୀ ଲେବଲ୍ ୧ ଅପରାଧ ସ୍ୱୀକାର କରିଛନ୍ତି ଏବଂ ମ୍ୟାଚ୍ ରେଫରୀଙ୍କ ଦଣ୍ଡ ଗ୍ରହଣ କରିଛନ୍ତି । ଆଚରଣ ସଂହିତାର ଲେବଲ୍ ୧ ଉଲ୍ଲଂଘନ ପାଇଁ, ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ,” ସୋମବାର ସକାଳେ ଏକ ଗଣମାଧ୍ୟମ ବିଜ୍ଞପ୍ତିରେ ଆଇପିଏଲ୍ କହିଛି । ଧାରା ୨.୨ ଖେଳାଳି ଏବଂ ଦଳ ଅଧିକାରୀଙ୍କ ପାଇଁ ବିସିସିଆଇର ଆଚରଣ ସଂହିତାର ଏକ ଅଂଶ ଏବଂ “ମ୍ୟାଚ୍ ସମୟରେ କ୍ରିକେଟ୍ ଉପକରଣ କିମ୍ବା ପୋଷାକ, ଗ୍ରାଉଣ୍ଡ ଉପକରଣ କିମ୍ବା ଫିକ୍ସଚର ଏବଂ ଫିଟିଂର ଅପବ୍ୟବହାର” ସହିତ ଜଡିତ ।