ଭୁବନେଶ୍ୱର: ଆଜି ଭଦ୍ରକ ଗସ୍ତରେ ଯିବେ 5T ସଚିବ ଭି.କେ. ପାଣ୍ଡିଆନ । ବାସୁଦେବପୁର ଯାଇ ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିବେ 5T ସଚିବ । ସୂଚନା ଅନୁଯାୟୀ, ଗସ୍ତ ନିମନ୍ତେ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆଜି ସକାଳ ୧୦ ଟା ୨୫ରେ ସ୍କୁଲରେ ପହଞ୍ଚି ଭିତ୍ତିଭୂମି ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିବେ ସଚିବ ।
ବାସୁଦେବପୁର ବାଳିକା ଉଚ୍ଚବିଦ୍ୟାଳୟ 5T ସ୍କୁଲରେ ରୂପାନ୍ତରଣ ହେବା ପରେ ସ୍ମାର୍ଟ କ୍ଲାସରୁମରେ ପିଲାଙ୍କ ପାଠ ପଢା କିପରି ଚାଲିଛି, ଇ-କ୍ଲାସରୁମ୍ ଓ ଅତ୍ୟାଧୁନିକ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆଗ୍ରହ ବଢ଼ାଇଛି କି ନାହିଁ । ସ୍କୁଲ ରୂପାନ୍ତରଣ ନେଇ ପିଲାଙ୍କ ଅନୁଭୁତି ଶୁଣିବେ 5T ସଚିବ । ତେବେ 5T ସଚିବଙ୍କ ଏହି ଗସ୍ତ ସମୟରେ ପିଲାଙ୍କ ସହ ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣକୁ ପ୍ରାଥମିକତା ଦେଇ । ଆରମ୍ଭ ହୋଇଥିଲା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ 5T ସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ । ଏହି ରୂପାନ୍ତରଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଗଞ୍ଜାମ ହିଞ୍ଜିଳିକାଟୁ ସରକାରୀ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରୁ ଏବଂ ଯାଜପୁରରେ ଏହି ରୂପାନ୍ତରଣ ପର୍ବ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ସାରା ରାଜ୍ୟରେ ପ୍ରାୟ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।