କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଲା ବ୍ୟାରିକେଡ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଲା ବ୍ୟାରିକେଡ । ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଲାଗିଛି ଏହି ବ୍ୟାରିକେଡ । ନୂଆବର୍ଷ ପୂର୍ବରୁ ମନ୍ଦିରରେ ପ୍ରବେଶ ପାଇଁ ଏହି ଅସ୍ଥାୟୀ ବ୍ୟାରିକେଡ ଲଗାଯାଇଛି । ରାତି ପାହିଲେ ବଡଦିନ । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିବ ପର୍ଯ୍ୟଟକଙ୍କ ଭିଡ । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ହେବ ପର୍ଯ୍ୟଟକଙ୍କ ଭିଡ । ଏହି ଭିଡକୁ ଦୃଷ୍ଟିରେ ରଖି ଏହି ବ୍ୟାରିକେଡ ଲଗାଯାଇଛି । ଏହାଫଳରେ ଧାଡିରେ ଯାଇ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଦେଖିପାରିବେ ପର୍ଯ୍ୟଟକ । ତେବେ ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସୁବିଧାରେ ବୁଲିବା ପାଇଁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ଟିକେଟ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସୁବିଧା କରାଯାଉଛି । ଯାହାଫଳରେ ଆଉ ଟିକେଟ କଳାବଜାରୀ ହୋଇ ପାରିବନାହିଁ ।