ବରଗଡ: ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା । ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ଘୋଷଣା ହେଲା ତାରିଖ । ୧୧ ଦିନ ଧରି ଚାଲିବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏଥର ଧନୁଯାତ୍ରା ପାଇଁ ସମସ୍ତ କଳାକାର ନୂଆକରି ଚୟନ ହେବ ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଜ୍ୟ ସରକାର ବରଗଡ଼଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଅନୁଦାନ ରାଶି ବୃଦ୍ଧି କରିଥିଲେ। ଅନୁଦାନ ରାଶି ୧୦ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ୧୭୦ କଳାକାରଙ୍କୁ ୧୦ହଜାର ଲେଖାଏଁ ସମ୍ମାନ ରାଶି ମିଳିବ। ଏହା ସହ ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି, ମଥୁରା ନରେଶ କଂସ ମହାରାଜ ଧନୁଯାତ୍ରା ଆୟୋଜନ କରିବା ପାଇଁ ଏକ ସ୍ଥାୟୀ ଭବ୍ୟ ରାଜଦରବାର ନିର୍ମାଣ ଘୋଷଣା କରିଥିଲେ।