ବାଂଲାଦେଶ ଇସ୍କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ

ଅତିଷ୍ଠ ହେଲାଣି ବାଂଲାଦେଶ ହିଂସା। ବାଂଲାଦେଶ ଇସ୍କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ। ଦେଶର ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍କନ ମନ୍ଦିରକୁ ଏବେ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ସୂଚନା ରହିଛି ଯେ ମନ୍ଦିରକୁ ଭଙ୍ଗାରୁଜା କରାଯାଇ ନିଆଁ ଲାଗିଯାଇଛି ବୋଲି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ବିଦାୟ ପରେ ଦେଶରେ ଅଶାନ୍ତି ଜାରି ରହିଛି। ଇସ୍କନ୍ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ହିଂସାର ବ୍ୟାପକ ଅଂଶ ଅଟେ।

ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶର ଏକାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛି। ଇସ୍କନର ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦା ଦାସ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ”ମୁଁ ପାଇଥିବା ସୂଚନା ଅନୁଯାୟୀ ମେହେରପୁରରେ ଆମର ଏକ ଇସ୍‌କନ କେନ୍ଦ୍ର (ଭଡା) ଥିଲା। ତାହାକୁ ନିଆଁ ଲଗାଯିବାରୁ ପ୍ରଭୁ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରା ଦେବୀ ଜଳି ଯାଇଛନ୍ତି। ତେବେ ମନ୍ଦିର ପରିସରରେ ଥିବା ୩ ଜଣ ଭକ୍ତ କୌଣସି ପ୍ରକାରେ ବାହାରକୁ ଆସିବାରେ ସଫଳ ହୋଇଛନ୍ତି।”