ବୈରାଟପୁର ପ୍ରିମିୟର ଲିଗ କ୍ରିକେଟ ୨୦୨୫, ଚି଼ଲ୍ ବ୍ରୋ କୁ ହରାଇ ଏସଏସ ଫାଇଟର ଚାମ୍ପିଅନ

ବୈରାଟପୁର ପ୍ରିମିୟର ଲିଗ ୨୦୨୫ ସିଜିନ-୧ ଟୁର୍ନାମେଣ୍ଟର ଆଜି ଥିଲା ଫାଇନାଲ ମ୍ୟାଚ । ୧୧ ଦିନ ଧରି ଚାଲିଥିବା ମ୍ୟାଚର ଫାଇନାଲ ମ୍ୟାଚରେ ଚି଼ଲ୍ ବ୍ରୋ କୁ ଭେଟିଥିଲା ଏସଏସ ଫାଇଟର । ଟସ ଜିତି ପ୍ରଥମେ ଏସଏସ ଫାଇଟର ବ୍ୟାଟିଂ କରି ୨୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ୧୬୭ ରନ ସଂଗ୍ରହ କରିଥିଲା । ବିଜୟ ଲକ୍ଷ୍ୟର ପିଛା କରି ଚି଼ଲ୍ଲ ବ୍ରୋ ୨୦ ଓଭରରେ ୧୬୧ ରନ କରି ମ୍ୟାଚ ହାରିଯାଇଥିଲା । ଏସଏସ ଫାଇଟର ବୈରାଟପୁର ପ୍ରିମିଓର ଲିଗ ସିଜିନ ୧ର ଚାମ୍ପିଅନ ଟ୍ରଫି ଅର୍ଜନ କରିଥିଲା । ଏସଏସ ଫାଇଟର ପକ୍ଷରୁ ସୁବାଶିଷ ମାଝୀ ୩୧ ବଲରେ ୫୧ ରନ କରିଥିବା ବେଳେ ଶିବା ମହାକୁଡ଼ ୪ ଓଭର ବୋଲିଂ କରି ୧୯ ରନ ଦେବାସହ ୪ଗୋଟି ୱିକେଟ ହାସଲ କରି ତୁଳସୀ ଏଣ୍ଟରପ୍ରାଇଜେସ ପକ୍ଷରୁ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।

ଏସଏସ ଫାଇଟର ପକ୍ଷରୁ ଟୁର୍ନାମେଣ୍ଟର ଦୀପକ ବେହେରା ସର୍ବାଧିକ ରନ କରି ସାଗର ସିମେଣ୍ଟ ଲିମିଟେଡ଼ ପକ୍ଷରୁ ମ୍ୟାନ ଅଫ ଦ ସିରିଜ ହୋଇଥିଲେ । ଟୁର୍ନାମେଣ୍ଟର ସର୍ବାଧିକ ଛକା ମାରି ଦୀପକ ବେହେରା ଗୁରୁପ୍ରିତ ମିଶ୍ର ସୁପର ସିକ୍ସ ପୁରସ୍କାର ବିବେଚିତ ହୋଇଥିଲେ । ଆଜି ର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ଉଦଳା ଏନଏସି ଚେୟାରମେନ ପ୍ରମିଳା ପଣ୍ଡା, ପଞ୍ଚାୟତର ସରପଞ୍ଚ ସକ୍ଷରମଣି ହେମ୍ବ୍ରମ, ସମିତି ସଭ୍ୟା ସୁକାନ୍ତି ହାଁସଦା, ଉଦଳା ଏନଏସି ର ଯୁବ ନେତା ଦିପୁ ଦାସ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବୈରାଟପୁର ପ୍ରିମିଓର ଲିଗର ମୁଖ୍ୟ ପ୍ରକ୍ଷୟୋଜକ ସାଗର ସିମେଣ୍ଟ ଲିମିଟେଡ଼ ପକ୍ଷରୁ ସ୍ଵପ୍ନେଶ୍ଵର ମହାପାତ୍ର ବିଭିନ୍ନ ଟ୍ରଫି ପ୍ରଦାନ କରିଥିଲେ ।