ଝାଡଖଣ୍ଡ: ହେମନ୍ତ ସୋରେନଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା । ଅନ୍ତରୀଣ ଜାମିନ ପାଇଁ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ । ତେବେ ସୋରେନ ନିର୍ବାଚନି ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିବା କୁହାଯାଉଛି । ସେପଟେ ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି କରି ଆବେଦନକାରୀ ଅଦାଲତରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିନଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମ୍ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ସୋରେନ୍ ଯେତେବେଳେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ କୋର୍ଟଙ୍କୁ କାହିଁକି ସୂଚନା ଦିଆଗଲା ନାହିଁ ଯେ ଜାମିନ ଆବେଦନ ସ୍ୱତନ୍ତ୍ର ଅଦାଲତରେ ବିଚାରାଧୀନ ଅଛି ଏବଂ ନିମ୍ନ ଅଦାଲତ ଚାର୍ଜସିଟ୍ କୁ ଗ୍ରହଣ କରିସାରିଛନ୍ତି।
ସୋରେନଙ୍କ ତରଫରୁ ହାଜର ହୋଇଥିବା ଓକିଲ କପିଲ ସିବଲଙ୍କୁ କୋର୍ଟ କହିଛନ୍ତି ‘ ତୁମର ଆଚରଣ ଅନେକ କଥା କହୁଛି, ଆମେ ଆଶା କରିଥିଲୁ ତୁମର ମହକିଲ ସ୍ପଷ୍ଟତା ସହିତ ଆଗକୁ ଆସିବେ କିନ୍ତୁ ତୁମେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚରଇଛ । ଆବେଦନ ଗୁଣବତ୍ତା ଉପରେ ବିଚାର ନକରି ଆମେ ଗିରଫଦାରୀ ବିରୋଧରେ କରିଥିବା ତାଙ୍କ ଆବେଦନକୁ ଖାରଜ କରିବୁ । ଯଦି କୋର୍ଟ ଏହାର ଯୋଗ୍ୟତା ବିବେଚନା କରନ୍ତି , ତେବେ ଏହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହିଁ କ୍ଷତିକାରକ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ସୂଚନା ଅନୁଯାୟୀ, ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲାଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତିକାଳିନ ଜାମିନ ବିଷୟରେ ଉଲ୍ଲେଖ କରି ନିଜ ପାଇଁ ସୁପ୍ରିମକୋର୍ଟରେ ବେଲ ମାଗିଥିଲେ ।