ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । କେତେକ ମୃତଦେହକୁ ଡବଲ କାଉଣ୍ଟିଙ୍ଗ ହୋଇ ଯାଇଥିଲା। ବର୍ତ୍ତମାନ ରେଳବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଯାଞ୍ଚ ପରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ୭୮ଟି ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟ ଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହକୁ ଚିହ୍ନଟ କରାଯାଇଛି, ହସ୍ତାନ୍ତର ହେବ । ବାକି ୧୮୭ ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ମୃତଦେଦ ଚିହ୍ନଟ ପାଇଁ ଡିଏନଏ ଓ ଫଙ୍ଗରପ୍ରିଣ୍ଟ ବ୍ୟବସ୍ଥା କରାଯିବ।୧୮୦୦୩୪୫୦୦୬୧ ଟ୍ରୋଲ ଫ୍ରି ନମ୍ବର ଜାରି କରାଯାଇଛି। ଯେଉଁ ମାନେ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି ସେମାନେ ଏହି ନମ୍ବରରେ କଲ କରି ପାରିବେ । ଆମର ଅଫିସର ମାନେ ସେମାନଙ୍କୁ ସାହାଯ୍ୟ କରିବେ । ତାଙ୍କୁ କୌଣସି ଅସୁବିଧା ହେବ ନାହିଁ । ୧୯୨୯ କେବଳ ଓଡ଼ିଶା ଲୋକଙ୍କ ପାଇଁ ଏହି ନମ୍ବର ଜାରି କରାଯାଇଛି ।
ରାଜ୍ୟର ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳ କୁ ପଠାଯିବ । ୩୮୨ ଜଣ ଆହାତ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କ୍ରିଟିକାଲ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି।