ଆସି ପାରୁନାହିଁ ଡିଏନ୍ଏ ରିପୋର୍ଟ, ଏବେ ବି ୪୪ ମୃତଦେହର ମିଳୁନି ପରିଚୟ 

ବାହାନଗା ଟ୍ରେନ ଦୁର୍ଘଟଣା
  ବିତିଲାଣି ମାସେ ୧୨ ଦିନ
ଏବେ ବି ୪୪ ମୃତଦେହର ମିଳୁନି ପରିଚୟ
ଆସି ପାରୁନାହିଁ ଡିଏନ୍ଏ ରିପୋର୍ଟ
ଚିନ୍ତାରେ ଆତ୍ମୀୟ ସ୍ୱଜନ
ଭୁବନେଶ୍ୱର: କୁହାଯାଏ ମୃତ୍ୟୁ ପରେ ଆତ୍ମା ଆତ୍ମୀୟଙ୍କଠାରୁ ଅଲଗା ହୁଏନି । ଯେ ପର୍ଯ୍ୟନ୍ତ ବିଧି ବିଧାନ ଓ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇ ନ ଥାଏ, ସେଯାଏ ଆତ୍ମା ଆତ୍ମୀୟଙ୍କ ଅପେକ୍ଷାରେ ଥାଏ । ସଂସ୍କାର ପରେ ମୋକ୍ଷ ପ୍ରାପ୍ତି ପାଇଁ ଚାହିଁ ରହିଥାଏ ଆତ୍ମା ।  ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ୧୨ ଦିନ ହେଲାଣି । କିନ୍ତୁ ଏଯାଏ ୪୪ ଜଣଙ୍କ ମୃତଦେହର ପରିଚୟ ମିଳି ପାରି ନାହିଁ । ଡିଏନଏ ରିପୋର୍ଟ ନ ଆସିବା କାରଣରୁ ମୃତଦେହଗୁଡ଼ିକୁ ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରାଯାଇ ପାରୁ ନାହିଁ । ଯାହାକୁ ନେଇ ଏବେ ଚିନ୍ତାରେ ଆତ୍ମୟୀ ସ୍ୱଜନ । କେବେ ଡିଏନଏ ରିପୋର୍ଟ ଆସିବ ଏ ନେଇ କେହି ମୁହଁ ଖୋଲୁ ନାହାନ୍ତି । ଏମ୍ସ କର୍ତୃପକ୍ଷ ମଧ୍ୟ ଏ ବାବଦରେ କିଛି ସ୍ପଷ୍ଟ କରୁନାହାନ୍ତି । ଦିନକ ପରେ ଦିନ ଗଡ଼ ଚାଲିଛି କିନ୍ତୁ ଆତ୍ମୀୟମାନେ ସେମାନଙ୍କ ଲୋକଙ୍କ ପାଇ ପାରୁ ନାହାନ୍ତି ।
ତେବେ କାହିଁକି ମିଳୁନି ନାହିଁ ପରିଚୟ ?
 ମୃତକମାନେ କେଉଁ ରାଜ୍ୟର ?
ଡିଏନ୍ଏ ରିପୋର୍ଟ ଆସିବାରେ ଏତେ ବିଳମ୍ବ କାହିଁକି ?
ଆଉ କେତେ ଦିନ କରିବେ ଅପେକ୍ଷା ?
ଏମସରେ ୧୬୨ ମୃତକଙ୍କ ମଧ୍ୟରୁ ୧୧୮ ଜଣଙ୍କୁ ପରିବାର ଲୋକ ଚିହ୍ନଟ କରିଛନ୍ତି । ଅନ୍ୟ ମୃତଦେହଗୁଡ଼ିକର ମୁହଁ ବିକୃତ ହୋଇ ଯାଇଥିବାରୁ ଆତ୍ମୟୀମାନେ ଚିହ୍ନଟ କରି ପାରୁନାହାନ୍ତି ।ମୃତଦେହଗୁଡ଼ିକର ଡିଏନଏ ଟେଷ୍ଟ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି କରିଛନ୍ତି । କିନ୍ତୁ ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେବାରୁ ଏବେ ଏଭଳି ସମସ୍ୟା ସୃଷ୍ଟି ହେଉଛି । ବର୍ତମାନ ସୁଦ୍ଧା ୩୯ ମୃତଦେହର ଡିଏନଏ ରିପୋର୍ଟ ଆସି ସାରିଛି । ସେଥରୁ ୩୮ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତମାନ ୪୪ଟି ମୃତଦେହ ଅଛି । ସେମାନଙ୍କ ଡିଏନଏ ରିପୋର୍ଟ  କେବେ ଆସିବ କାହା ପାଖେ ସୂଚନା ନାହିଁ ।
REPORT BY. TAPAS DAS (BHUBANESWER)