ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ରିମାଣ୍ଡର ଆଜି ଚତୁର୍ଥ ଦିନରେ ତିନି ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ସିବିଆଇ । ସିବିଆଇ ଖୋଜୁଛି ଦୁର୍ଘଟଣା ପଛର ସତ ।
ଅଭିଯୁକ୍ତଙ୍କ ମୁହଁରୁ ସତ ଆଦାୟ କରିବାକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ । ଟ୍ରେନ ଟ୍ରାଜେଡି ମାମଲାରେ ଆଉ କାହାର ସଂପୃକ୍ତି ରହିଛିକି ନା ଅବହେଳା ଯୋଗୁଁ ବା ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଛି ତାକୁ ନେଇ ଖୋଳତାଡ଼ କରୁଛି ସିବିଆଇ ।
ସିଆରଏସଙ୍କ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେଣୁ ଷ୍ଟେସନ ମାଷ୍ଟରଙ୍କୁ ମଧ୍ୟ ସିବିଆଇ ସମନ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ରିମାଣ୍ଡର ଶେଷଦିନ ଥିବାବେଳେ ସିବିଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଛି । ମାମଲାରେ ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଚର୍ଚ୍ଚା ହେଉଛି ।