ବାହାନଗା: ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର । ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ୟ୍ୟରେ ୨ ଜେସିବି ନିୟୋଜିତ ହୋଇଛି। ତହସିଲଦାର ଓ ପୋଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲ ଘର। ସ୍କୁଲରୁ ମୃତଦେହ ନିଆଯିବା ପରେ ସ୍କୁଲ ସାନିଟାଇଜ୍ କରାଯାଇଛି ।ହେଲେ ପିଲା ଦେଖିଥିବା ସେଦିନ ରାତିର ଛାତିଥରା ଦୃଶ୍ୟ ମନରୁ ଲିଭିନି। ଫଳରେ ଶବ ରହୁଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ।
ସୂଚନା ଅନୁଯାୟୀ, ଆସନ୍ତାକାଲି ଜିଲ୍ଲାପାଳ ଓ ଅଭିଭାବକଙ୍କ ମଧ୍ୟରେ ବୈଠକ ହୋଇଥିଲା ।ବାହାନଗା ହାଇସ୍କୁଲରେ ଜିଲ୍ଲାପାଳ ପହଞ୍ଚି ଶବ ରଖିବା ସ୍ଥାନ ଅଧୁଧ୍ୟାନ କରିବା ସହ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।