ମାଲକାନଗିରି/ ସତ୍ୟ ପ୍ରକାଶ ସାମଲ: ଲଗାଣ ବର୍ଷା ରେ କାନ୍ଥ ପଡିବାରୁ ଶିଶୁ କନ୍ୟାର ମୃତ୍ୟୁ, ମା ,ବାପା ଗୁରୁତର ।ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମେଟାଗୁଡା ଗ୍ରାମରେ ଘରେ ଶୋଇ ଥିବା ବେଳେ ଘରର କାନ୍ଥ ଭାଙ୍ଗି ଜଣେ ଶିଶୁ କନ୍ୟା ମୃତ୍ୟୁ ବରଣ କରିଥିବା ବେଳେ ଶିଶୁ କନ୍ୟାର ମା ଓ ବାପା ଉଭୟ ଗୁରୁତର ହୋଇଛନ୍ତି। ମେଟାଗୁଡା ଗ୍ରାମରେ ଆଇତା ମାଡକାମି, ତାଙ୍କ ସ୍ତ୍ରୀ ଓ ୪ ମାସର କୁନି ଝିଅ ସ୍ଵାତି ନିଜ ଘରେ ଶୋଇଥିବା ବର୍ଷା ଯୋଗୁଁ ଘରର କାନ୍ଥ ଭାଙ୍ଗି ତିନିଜଣଙ୍କ ଉପରେ ପଡିଥିଲା। ଏହି ସମୟରେ ଆଇତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଏହି ପରିବାରକୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ତୁରନ୍ତ ଆଇତା ଙ୍କ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ୪ ମାସର କୁନି ଝିଅ ସ୍ଵାତି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛି ।