ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

କୋଲକାତା : ପୂର୍ବତନ ବିଜେପି ନେତା ତଥା ବଲିଉଡ୍ ଗାୟକ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ଏନେଇ ବାବୁଲ ଶନିବାର ଦିନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ରାଜନୀତି ଛାଡିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି ବାବୁଲ ସୁପ୍ରିୟୋ । ସୋସିଆଲ ମିଡିଆରେ ବିଜେପି ନେତା ବାବୁଲ ସୁପ୍ରିୟୋ କହିଛନ୍ତି , ରାଜନୀତି ଛାଡୁଛି କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । ସୂଚନାଯୋଗ୍ୟ ଯେ, ଆସନସୋଲରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବାବୁଲ ସୁପ୍ରିୟୋ ନିକଟରେ ସରିଥିବା ପଶ୍ଚିମବଙ୍ଗ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ଲଢିଥିଲେ ।ମୋଦୀ ନିଜର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ବାବୁଲ ବିଗତ କିଛି ଦିନି ଧରି ବ୍ୟଙ୍ଗାତ୍ମକ ପୋଷ୍ଟ କରୁଥିଲେ । ମାତ୍ର ଶନିବାର ବାବୁଲ ସୁପ୍ରିୟୋ ରାଜନୀତିକୁ ଅଲବିଦା ଜଣାଇଛନ୍ତି । ଏକ ଫେସବୁକ ପୋଷ୍ଟରେ ବାବୁଲ ରାଜନୈତିକ ସନ୍ନ୍ୟାସ ସମ୍ପର୍କରେ ଘୋଷଣା କରିଛନ୍ତି ।ତେବେ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ବାବୁଲ ଶନିବାର ଦିନ ରାଜନୀତିରୁ ସନ୍ନ୍ୟାସ କଥା ଘୋଷଣା କରି ଫେସବୁକରେ ଲେଖିଛନ୍ତି ଯେ, ରାଜନୀତି ଛାଡୁଛି କିନ୍ତୁ ଟିଏମସି,କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେଉନାହିଁ । ସମାଜ ସେବା ପାଇଁ ରାଜନୀତିରେ ରହିବା କିଛି ଜରୁରୀ ନୁହେଁ । ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବାବୁଲଙ୍କୁ ପଦ ମିଳିନଥିଲା ।