ଶିକ୍ଷକ ହେବାକୁ ଚାହୁଁଛନ୍ତି କି? B.Ed, M.Ed ଓ B.H.Ed ପାଇଁ ଆବେଦନ ଆସନ୍ତାକାଲିଠାରୁ

Bhubaneswar: ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଅବସର। B.Ed, M.Ed ଓ B.H.Ed ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ପ୍ରବେଶିକା ପରୀକ୍ଷା ଶୀଘ୍ର ଆୟୋଜିତ ହେବାକୁ ଯାଉଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଧିକାରିକ ସୂଚନା ଜାରି କରାଯାଇଛି। ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୩ ଠାରୁ ଆରମ୍ଭ ହେବ। ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ ୬, ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍‌ରେ Common Application Form (CAF) ପୂରଣ କରିପାରିବେ।

ଏହି ଭର୍ତ୍ତି ପ୍ରକ୍ରିୟାରେ କିଛି ମୁଖ୍ୟ ତାରିଖ ନିର୍ଦ୍ଧାରିତ କରାଯାଇଛି। ଏପ୍ରିଲ ୧୩ ତାରିଖରେ ଆବେଦନ ତଥ୍ୟ SSBକୁ ପଠାଯିବ। ମେ’ ୨୭ରେ ଆଡମିଟ୍ କାର୍ଡ ଜାରି କରାଯିବ।ପ୍ରବେଶିକା ପରୀକ୍ଷା ମେ’ ୩୧ ତାରିଖରେ B.Ed ପାଇଁ ଏବଂ ଜୁନ୍ ୩ରେ M.Ed ଓ B.H.Ed ପାଇଁ ଆୟୋଜିତ ହେବ। ଏହି ସମସ୍ତ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ପ୍ରବେଶିକା ପରୀକ୍ଷା ଅନିବାର୍ୟ ରହିଛି। ପ୍ରାର୍ଥୀମାନଙ୍କୁ ମେରିଟ୍ ଆଧାରରେ ଚୟନ କରାଯିବ।

ଶିକ୍ଷକ ଜୀବନର ପ୍ରଥମ ପଦକ୍ଷେପ ଭାବେ B.Ed, M.Ed ଓ B.H.Ed କୋର୍ସର ଗୁରୁତ୍ୱ ବହୁତ ଅଧିକ। ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥାନ୍ତି। ସେହିପରିସ୍ଥିତିରେ, ଆଗ୍ରହୀ ପ୍ରାର୍ଥୀମାନଙ୍କୁ ସମୟ ମଧ୍ୟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ନୁହେଁ, ନହେଲେ ସୁଯୋଗ ହାତଛୁଟି ହୋଇପାରେ।