ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ଆୟୁଷ୍

ଭାରତୀୟ ସଟଲର ଆୟୁଷ ଶେଟ୍ଟି, ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛନ୍ତି। 60 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ, ଜଣେ ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ପହଞ୍ଚିଛନ୍ତି। ଆୟୁଷଙ୍କ ପୂର୍ବରୁ ଦିନେଶ ଖାନ୍ନା 1965 ମସିହାରେ ପୁରୁଷ ସିଙ୍ଗଲ୍ସ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସାତ୍ୱିକସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ଶେଟ୍ଟି 2023 ମସିହାରେ ଡବଲ୍ସ ଟାଇଟଲ ଜିତିଥିଲେ।

ଆଜି ଚୀନ୍‌ର ଝେଜିଆଙ୍ଗରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ୨୦ ବର୍ଷୀୟ ଆୟୁଷ ଶୀର୍ଷ ମାନ୍ୟତା ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ଥାଇ ଖେଳାଳି କୁନଲାଭୁଟ୍ ଭିଟିଡସାର୍ନଙ୍କୁ ତିନୋଟି ଗେମ୍‌ରେ ପରାସ୍ତ କରିଥିଲେ। ବିଶ୍ୱର ୨୫ ନମ୍ବର ଖେଳାଳି ଆୟୁଷ ପ୍ୟାରିସ୍ ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ଏବଂ ୨୦୨୩ ବିଶ୍ୱ ଚାମ୍ପିଅନ୍ ଭିଟିଡସାର୍ନଙ୍କୁ ୧୦-୨୧, ୨୧-୧୯, ୨୧-୧୭ରେ ପରାସ୍ତ କରିଥିଲେ।