ଭୁବନେଶ୍ଵର: ଅଙ୍ଗନବାଡିକୁ ସଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ୍ ‘AWESOME’ । ଅଙ୍ଗନବାଡ଼ି ୱେଲଫେୟାର ଆଣ୍ଡ ସର୍ଭିସ ଓଭର ନାଇଟ୍ ମନିଟରଙ୍ଗି Everywhere ଆପ୍ । ଏହି ଆପ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ । ଆପ୍ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡ୍ ବ୍ୟାକ ମଧ୍ୟ ଦେଇ ପାରିବେ । ଆପ୍ର ବିକାଶ ପାଇଁ ଏନ୍ଆଇପିସିସିଡି(NIPCCD) ସହ ମହିଳା ଓ ଶିଶୁ ବିକାଶ ବିଭାଗର ଚୁକ୍ତି ହୋଇଛି ।

ତେବେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କ ପାଇଁ ଆରମ୍ଭ ହୋଇଛି ଦକ୍ଷତା ବିକାଶ କର୍ମଶାଳା । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ରାଜ୍ୟର ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ କରାଯିବ । ସେଠି ପାଣି, ବିଜୁଳି ବ୍ୟବସ୍ଥା କରାଯିବ । ନିଜ ଅଞ୍ଚଳରେ ଆସୁଥିବା ଅଙ୍ଗନବାଡ଼ି ସେଣ୍ଟରକୁ ସିଡ଼ିପିଓ ମାନେ AWESOME କରନ୍ତୁ । ୬ ମାସକୁ ଥରେ ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ CDPO ମାନେ ପରିଦର୍ଶନରେ ଯାଆନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେପଟେ ଆସନ୍ତା ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ସାଧାରଣ ଲୋକ ଯାଇ ଅଙ୍ଗନବାଡ଼ି କେନ୍ଦ୍ର ପରଖିବେ । ଖାଦ୍ୟ, ପରିବେଶ ଓ ସ୍ଵଚ୍ଛତା ନେଇ ଫିଡ଼ବ୍ୟାକ ଦେବେ । AWESOME ଆପ୍ ଜରିଆରେ ଏବଂ ଅଙ୍ଗନବାଡ଼ିରେ ଥିବା ଫର୍ମ ଜରିଆରେ ସେମାନେ ଫିଡ଼ ବ୍ୟାକ ଦେବେ । ସେମାନଙ୍କ ମତାମତକୁ ନେଇ ଅଙ୍ଗନବାଡ଼ି ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।