ପୁରୀ-: ଜୁନ ୩ ତାରିଖକୁ ଜିରୋ ଆକ୍ସିଡେଣ୍ଟ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ସହିତ ମିଶି ପୁରୀ ବେଳାଭୂମିରେ ଏକ ବାଲୁକା କୃତି ଜରୀଆରେ” No mistake, No loss Aim for Zero ” ସଚେତନତା ବାର୍ତ୍ତା ଦେଇଛନ୍ତି । ରାସ୍ତାରେ ସୁରକ୍ଷା ସୁନିଶ୍ଚିତ କରିବାରେ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଜନସାଧାରଣଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବାକୁ, ସତର୍କ ରହିବାକୁ ଏବଂ ଦୁର୍ଘଟଣା ରୋକିବା ଏବଂ ଜୀବନ ରକ୍ଷା କରିବାରେ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅନୁରୋଧ କରୁଛି । ତେବେ ବାଲୁକାକଳାଟି ଲୋକଙ୍କୁ ସଚେତନ କରାଇବାରେ ବେଶ୍ ସହାୟକ ହୋଇଛି ।