ପୁରୀ-: ପୁରୀ ସତ୍ୟବାଦୀ ଅଞ୍ଚଳରେ ଲଜ୍ଜା । ସତ୍ୟବାଦୀରେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଘଟଣାରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଲେ ନାବାଳିକା । ଗୁରୁତର ଅବସ୍ଥାରେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବଳଙ୍ଗା ଥାନାରେ ପୀଡିତାଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ନାବାଳିକା ଜଣକ ଘର ପାଖ ଅଞ୍ଚଳକୁ କାମ କରିବାକୁ ଯାଇଥିବା ବେଳେ ଅଜୁ ପ୍ରଧାନ ନାମକ ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ କୌଶଳକ୍ରମେ ନାବାଳିକା ଜଣକ ତା ନିକଟରୁ ଖସି ଆସି ଘରେ ପହଞ୍ଚି କୀଟନାଶକ ପିଇବା ପରେ ବାପାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ତେବେ ପିଡୀତଙ୍କ ବାପା ତାଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଇବା ସହିତ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଅଭିଯୁକ୍ତକୁ ଧରିବାକୁ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ।