ଜମିଜମାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଲିଗଲେ ବ୍ୟକ୍ତି

ଜମିଜମା କୁ ନେଇ ଏଭଳି ଅଭାବ ନିୟ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା  ସିଂଲା ଥାନା  ଗୋପୀନାଥ ପୂର  ଗ୍ରାମରେ।  ଅଭିଯୋଗ ମୁତାବକ ଗ୍ରାମର ସେକ୍ କାଲୁ  କିଛି ବର୍ଷ ପୂର୍ବେ କିଣିଥିବା  ଜମି ରେ  ବାଡ଼ ବସାଇ ବାକୁ କେନ୍ଦ୍ର କରି  ଅପର ପକ୍ଷ ବକର ବକ୍ସ ଓ ତାଙ୍କ ପରିବାର ବର୍ଗ ମୋଟ ୧୦ ଜଣ  ପାଟିତୁଣ୍ଡ କରିବା ସହିତ ଖଣ୍ଡା କିମ୍ବା ଭୁଜାଲି ସଦୃଶ ଏକ ଧାରୁଆ ମାରଣା ଅସ୍ତ୍ର ଓ ଲୁହା ରଡ଼ ଇତ୍ୟାଦି ସାହାଯ୍ୟରେ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ। ତେବେ ରକ୍ତାକ୍ତ  ରେ ଯୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ତେବେ ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ଵର ଫକିର ମୋହନ ମେଡିକାଲ କଲେଜ୍ କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏନେଇ ସିଂଲା ପୋଲିସ ଅଭିଯୋଗ ପାଇଁ  158 ନମ୍ବର ରେ ହତ୍ୟା ମାମଲା ରୁଜୁ କରିବା ସହିତ, ବ୍ୟବହୃତ ମାରଣା ଅସ୍ତ୍ର ଜବତ କରିବା ସହିତ ମୃତୁ ଶରୀର କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା  ବେଳେ, ସମସ୍ତ ଅଭିଯୁକ୍ତ ଫେରାର ରହିଛନ୍ତି ।