ଭୁବନେଶ୍ୱର-: ରାଜ୍ୟରେ ଦିନକୁ ଦିନକୁ ଯେଉଁଭଳି ଭାବରେ ଆଦିବାସୀଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି ଏହାକୁ ବିରୋଧ କରି ଆଜି ଦଳିତ ଆଦିବାସୀ ମହାସଂଘ ବିଧାନସଭା ଘେରାଉ ଡାକରା ଦେଇଥିଲା। ଅତ୍ୟାଚାର ନିବାରଣ ଆଇନ କାର୍ଯ୍ୟକାରୀ କରିବା ନେଇ ଦାବି କରିଥିଲେ। ଗଞ୍ଜାମ ଧରାକୋଟରେ ଦଳିତ ପରିବାରଙ୍କୁ ଘାସ ଖୁଆଇ ମାଡ଼ ମାରିବା ଘଟଣାରେ ସରକାର ମୁହଁ ଖୋଲିନଥିବା କହିଥିଲା ସଂଘ। ଏହା ସହ ରଥଯାତ୍ରାରେ ଦଳା ଚକଟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ କ୍ଷତି ପୂରଣ ଦିଆଯାଇଥିବା ବେଳେ ବରଗଡ଼ରେ ଆଦିବାସୀ ମୃତ୍ୟୁ କଣ ସରକାରଙ୍କୁ ଦେଖାଗଲା ନାହିଁ ବୋଲି କହି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଦଳିତ ଆଦିବାସୀ ମହାସଂଘ ।