ନୂଆଦିଲ୍ଲୀ: ପ୍ରେମ ଶାଶ୍ୱତ, ଚିରନ୍ତନ ଅନ୍ଧ । ପ୍ରେମ ବୁଝେନା ସ୍ଥିତି, ପରିସ୍ଥିତି । କାରଣ କତେବେଳେ ବି କାହା ସହିତ ପ୍ରେମ ହୋଇଯାଏ, ତାହା କେହି ଜାଣିନଥାନ୍ତି । ସେପଟେ ୟୁକ୍ରେନରୁ ଆସିଛି ପ୍ରେମ ନିବେଦନର ଛବି । ଅନ୍ୟପକ୍ଷରେ ଜଳୁଛି ୟୁକ୍ରେନ । ମିଶାଇଲ ଉପରେ ମିଶାଇଲ ମାଡ ଚାଲିଛି । ଭୟରେ ପଡୋଶୀ ଦେଶକୁ ଚାଲି ଯାଉଛନ୍ତି ୟୁକ୍ରେନବାସୀ । ଯୁଦ୍ଧ ଭିତରେ ଛାତିଥରା ଦୃଶ୍ୟ ଆସୁଥିବା ବେଳେ, ମନକୁ ଛୁଇିଁଲା ଭଳି ଦୃଶ୍ୟ ସାମ୍ନାକୁ ଆସୁଛି । କିଛିଦିନ ତଳେ ଯୁଦ୍ଧ ମଧ୍ୟରେ ଦୁଇ ଯୋଦ୍ଧା ବିବାହ କରୁଥିବାର ନଜର ଆସିଥିବା ବେଳେ ଏବେ ଜଣେ ସୈନିକ ପ୍ରେମ ନିବେଦନ କରୁଥିବା ଛବି ଦେଖିବାକୁ ମିଳିଛି । ଚେକ୍ ପଏଣ୍ଟ ପାଖରେ ଋଷ ଯୁବତୀଙ୍କୁ ମନର କଥା କହିଛନ୍ତ। ପିନ୍ଧାଇଛନ୍ତି ହାତରେ ମୁଦି। ସେସିଆଲ୍ ମିଡିଆରେ ୟୁକ୍ରେନ୍ର ଏହି ଭିଡିଓ ବେଶ୍ ଭାଇରାଲ୍ ହେଉଛି। ଭିଡିଓରେ ଯୁବତୀ ଜଣଙ୍କ ତାଙ୍କର କିଛି ସାଙ୍ଗଙ୍କ ସହ କାର୍ରେ ଯାଉଥିଲେ। ଚେକ୍ ପଏଣ୍ଟ ପାଖରେ ସୈନ୍ୟ ଜଣଙ୍କ ତାଙ୍କୁ କାର୍କୁ ଚେକ୍ କରିବା ପାଇଁ ଅଟକାଉଥିଲେ । କିଛି ସୈନ୍ୟ ତାଙ୍କ କାର୍ ଚେକ୍ କରୁଥିବା ବେଳେ ସୈନ୍ୟ ଜଣଙ୍କ ପଛରୁ ଆସି ଯୁବତୀଙ୍କୁ ଆଣ୍ଠଇ ପ୍ରେମ ନିବେଦନ କରିଛନ୍ତି। ଗୋଟେ ହାତରେ ମୁଦି ଏବଂ ଅନ୍ୟ ହାତରେ ଫୁଲ ଧରି ଯୁବତୀଙ୍କୁ ମନର କଥା କହିଛନ୍ତି।ଯୁବତୀ ଜଣଙ୍କ ମଧ୍ୟ ଏସବୁ ଦେଖି ଏକଦମ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଏହି ପ୍ରେମୀ ଯୁଗଳକୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ସେଥିପାଇଁ ତ କୁହାଯାଏ, ନିଜର ମନର ଭାଷାକୁ କେତେବେଳେ କାହା କାହା ପରିପ୍ରକାଶ କରିହୁଏ । କାରଣ ହୃନ୍ଦୟ ଯାହାକୁ ଥରେ ଚାହେଁ, ତାକୁ ପାଇବା ପାଇଁ ଇଚ୍ଛା କରେ ।