ଭୁବନେଶ୍ଵର: ଭୁବନେଶ୍ବରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ । ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶୁଭାଂଶୁ କହିଛନ୍ତି, ଓଡ଼ିଶା ଆସି ମୁଁ ବହୁତ ଖୁସି, ପୂର୍ବରୁ ବି ଓଡ଼ିଶା ଆସିଥିଲି । ଓଡ଼ିଶାର ପିଲାମାନେ ପାଠ ପଢ଼ି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ । ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେୟାର କରିବି । ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡ଼ିଶା ଆସିଛି । ଏରୋସ୍ପେଶ୍ ପାଇଁ ଯେଉଁମାନେ ଆଗ୍ରହୀ, ମୁଁ ଉତ୍ସାହିତ କରିବି ବୋଲି କହିଛନ୍ତି ଶୁଭାଂଶୁ ।

ଶୁକ୍ଲା ଜୁନ୍ ୨୫ ତାରିଖରେ ଫ୍ଲୋରିଡାରୁ ଉଡ଼ାଣ ଭରିଥିବା ଡ୍ରାଗନ୍ ସ୍ପେସ୍କ୍ରାଫ୍ଟ କ୍ରୁର ଅଂଶ ଥିଲେ ଏବଂ ୨୬ ତାରିଖରେ ISS ରେ ଡକିଂ କରିଥିଲେ। ସେ ଜୁଲାଇ ୧୫ ତାରିଖରେ ପୃଥିବୀକୁ ଫେରି ଆସିଥିଲେ। ଏହି ମିଶନ ତାଙ୍କୁ ମହାକାଶ ଷ୍ଟେସନ ପରିଦର୍ଶନ କରିଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଏବଂ ମହାକାଶକୁ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ କରିଥିଲା। ପ୍ରଥମ ଥିଲେ ରାକେଶ ଶର୍ମା, ଯିଏ ୧୯୮୬ ମସିହାରେ ସାଲ୍ୟୁଟ୍ ୭ ଅର୍ବିଟାଲ୍ ଷ୍ଟେସନକୁ ଯାତ୍ରା କରିଥିଲେ।