ମହାକାଶରେ ଜନ୍ମଦିନ ପାଳିଲେ ମହାକାଶଚାରୀ
ନାସାର ମହାକାଶଚାରୀ ମେଗାନ ମ୍ୟାକଅର୍ଥର ନିଜର ୫୦ତମ ଜନ୍ମଦିନ ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ମନାଇଛନ୍ତି।
(ଦିଲ୍ଲୀ) : ନାସାର ମହାକାଶଚାରୀ ମେଗାନ ମ୍ୟାକଅର୍ଥର ନିଜର ୫୦ତମ ଜନ୍ମଦିନ ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ମନାଇଛନ୍ତି। ଏହି ଅବସରରେ ନାସାର ମହାକାଶଚାରୀମାନେ ଆଇସକ୍ରିମ ପାର୍ଟି କରିଥିଲେ। ନିଜର ୫୦ତମ ଜନ୍ମଦିନ ଅବସରରେ ମେଗାନ ମ୍ୟାକଅର୍ଥର ଟୁଇଟ କରି କହିଥିଲେ, ‘ମୋ ଜନ୍ମଦିନ ପାଇଁ ମୁଁ ବହୁତ ଖୁସି। ମୋ ଜନ୍ମଦିନରେ କେହି ମୋ ପାଇଁ ଯାହା କରି ନଥିଲେ ତାହା ମୋ ବନ୍ଧୁ ମାନେ କରି ଦେଖାଇଲେ।
What a great birthday dinner with my Expedition 65 crew mates! My #SpaceBrothers went all out: quesadillas and tortilla-pizzas with real cheese! Cookie decorating! Cake with chocolate “candles”! We haven’t unpacked the ice cream yet, so I guess that means a 2nd party? 🌮🍕🎂 pic.twitter.com/h0D85fz6ei
— Megan McArthur (@Astro_Megan) August 30, 2021
ସୂଚନାନୁଯାୟୀ , ମ୍ୟାକଅର୍ଥର ବର୍ତ୍ତମାନ ପୃଥିବୀ ଠାରୁ ୨୬୦ମାଇଲ ଦୂରରେ ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ରହୁଛନ୍ତି। ସେ ଏପ୍ରିଲ ମାସରେ ଏକ୍ସପେଡିସନ-୬୫ ଦ୍ଵାରା ଏଠାରେ ପହଞ୍ଚି ଥିଲେ। ସମ୍ପ୍ରତି ସ୍ପେସଏକ୍ସ ଇଣ୍ଟରନେସନାଲ ସ୍ପେସ ଷ୍ଟେସନକୁ ଆଭାକାଡୋ ଓ ରୋବୋଟିକ ହାତ ଆଦି ପଠାଇଥିଲା। କାର୍ଗୋ ସିପଟି ସାତଜଣ ଅନ୍ତରିକ୍ଷ ଯାତ୍ରୀଙ୍କ ପାଇଁ ଆଭାକାଡୋ, ଲେମ୍ଵୁ ଓ ଆଇସକ୍ରିମ ନେଇ ବାହାରିଥିଲା। ଏହା ସ୍ପେସଏକ୍ସର ଡ୍ରାଗନ କାର୍ଗୋ ସିପର ସର୍ବ ବୃହତ କାର୍ଗୋଡେଲିଭରି ଥିଲା।