ମହା ଆଡ଼ମ୍ବରରେ ପାଳିତ ହେଲା ଅଷ୍ଟପ୍ରହରୀ ନାମଯଜ୍ଞ

ଗଜପତି/ବିବେକାନନ୍ଦ ବେହେରା: ପାରଳାଖେମୁଣ୍ଡି ନିକଟସ୍ଥ ଜାଜପୁର ଗ୍ରାମରେ ମହାଆଡମ୍ବରରେ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ବହୁପୁରାତନ ସମୟରୁ ଏହି ଅଷ୍ଟପ୍ରହରୀ ନାମଯଜ୍ଞ ଏକାଦଶୀ ତିଥିରେ ପୂଜା ହୋଇ ଆସୁଛି। ପ୍ରଥମ ଦିନରେ ରିତିନିତୀ ଅନୁସାରେ, ସ୍ଥାନୀୟ  ରାମସାଗରରୁ  କଳସୀରେ ପାଣି ଆଣି ସ୍ଥାପନ କରି ପୂଜା ଅର୍ଚ୍ଚନା କରାଯାଇଛି। ଅଷ୍ଟପ୍ରହରୀରେ ପ୍ରାୟ ପାଞ୍ଚ ଛଅଟି ସଙ୍କୀର୍ତ୍ତନ ଦଳ ଭାଗ ନେଇ ମହାପ୍ରଭୁ ଚୈତନ୍ୟଙ୍କ ହରିନାମ ହରେକୃଷ୍ଣ ହରେରାମ ସଂକୀର୍ତ୍ତନ କରିଥିଲେ।କମିଟି ପକ୍ଷରୁ  ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏହି ଅଷ୍ଟ ପ୍ରହରୀ ସଂକୀର୍ତ୍ତନରେ ଯୋଗ ଦେବାପାଇଁ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲାଏହି କାର୍ୟ୍ୟକ୍ରମରେ ଆଖପାଖ ଅଞ୍ଚଳ ମଠର ମହନ୍ତ ଏବଂ ସ୍ଥାନିୟ ସରପଞ୍ଚ, ଜିଲ୍ଲା ପରିଷଦ  ପ୍ରମୁଖ ଯୋଗ ଦେଇଥିଲେ ।