ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନା IIC ରାଜେଶ ବଳିଆରସିଂହ, ଥାନାରୁ ମାରିଲେ ଚମ୍ପଟ

ଭୁବନେଶ୍ଵର: ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନା IIC ରାଜେଶ ବଳିଆରସିଂହ । IIC ରାଜେଶ ବଳିଆରସିଂହଙ୍କୁ ନିଲମ୍ବିତ କଲେ ପୋଲିସ DG । ଜୟପୁର SI ଥିବାବେଳେ କାର୍ଯ୍ୟରେ ଅବହେଳା କରିଥିବା ନେଇ ଏପରି ଆକ୍ସନ ନେଇଛନ୍ତି ପୋଲିସ DG । ସେପଟେ ଜେରା ବେଳେ ଅସ୍ତରଙ୍ଗ IIC ରାଜେଶ ବଳିଆରସିଂ ଫେରାର୍ ହୋଇଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । କ୍ୟାପିଟାଲ୍ ଥାନାରେ ପଚରାଉଚରା ବେଳେ ପରିସ୍ରା ବାହାନାରେ ଚମ୍ପଟ ମାରିଛନ୍ତି IIC ରାଜେଶ ବଳିଆରସିଂହ । କହିରଖୁଛୁ ଯେ, IICଙ୍କ ବିରୋଧରେ କୋରାପୁଟରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିଲା । ଏବେ ସେ ଅସ୍ତରଙ୍କ ଥାନାରେ IIC ଥିବା ବେଳେ ତାଙ୍କ ବିରୋଧରେ କଡା ଆଖ୍ସନ ନେଇଛନ୍ତି ପୋଲିସ DG । ତେବେ ଏନେଇ ପଚରାଉଚରା କରିବା ପାଇଁ ଭୁବନେଶ୍ବର ୧ ନଂ ହାଟ ପଛ କ୍ବାର୍ଟର୍ସରୁ ଉଠାଇ ଆଣିଥିଲା ଜୟପୁର ପୋଲିସ୍ । କ୍ୟାପିଟାଲ ଥାନାରେ ଚାଲିଥିଲା ଜେରା । କିନ୍ତୁ ପରିସ୍ରା କରିବା ବାହାନା ଲରି IIC ରାଜେଶ ବଳିଆରସିଂ ଥାନା ପରିସରରୁ ଫେରାର୍ ହୋଇଯାଇଛନ୍ତି ।