ଭୁବନେଶ୍ୱର:- ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବି ଡିଭିଜନ୍ର ସହକାରୀ ଯନ୍ତ୍ରୀ । ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଭିଜିଲାନ୍ସର ଏକ ଟିମ୍ ଚଢାଉ ଜାରି ରହିଥିବା ବେଳେ ଏଥିରେ, ଭୁବନେଶ୍ୱରରେ ନିଳାଦ୍ରି ବିହାର ସ୍ଥିତ ୩ମହଲା କୋଠା ସମେତ ୮ଟି ସ୍ଥାନ, ନୟାଗଡ଼ର ୨ଟି ସ୍ଥାନ, ପୈତୃକ ଗାଁ ଓ ଶ୍ବଶୂର ଘରେ ରେଡ୍ ଜାରି ରହିଛି ।
ଭୁବନେଶ୍ୱର ଭିଜିଲାନ୍ସର ମାନ୍ୟବର ବିଶେଷ ବିଚାରପତିଙ୍କ ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧ ଜଣ ଏସଆଇ, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଛି ଭିଜିଲାନ୍ସ । ଯାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ ।