ଆସନ୍ତା ୧୦ ତାରିଖ ଦିନ ୧୦.୩୦ ଯାଏଁ ଗୃହ ମୂଲତବି

ଭୁବନେଶ୍ୱର : ପୁଣି ବିଧାନସଭା ଗୃହ ମୁଲତବୀ | ଆସନ୍ତା ୧୦ ତାରିଖ ଦିନ ୧୦.୩୦ ଯାଏଁ ଗୃହ ମୂଲତବି ରଖିଲେ ବାଚସ୍ପତି | ତେବେ ଆଜି ମଧ୍ୟ ସୁରୁଖୁରୁରେ ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିଜେପି କର୍ମୀଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସେମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ । ହୋହଲ୍ଲା ଲାଗି ରହିବାରୁ ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା |

ବିଧାନସଭା ଆରମ୍ଭର ପ୍ରଥମ ଦିନରୁ ହିଁ ବିଭିନ୍ନ କାରଣରୁ ପ୍ରଶ୍ନକାଳରେ ବ୍ୟାଘାତ ସୃଷ୍ଟି ହେଉଥିଲା | ଶାସକ ଦଳ ଏବଂ ବିରୋଧୀ ଦଳଙ୍କ ହୋହାଲ୍ଲା ସହ ହଟ୍ଟଗୋଳରେ ବାରମ୍ବାର ଗୃହ ମୁଲତବୀ ହେଉଥିଲା | ଆଜି ପୁଣି ୧୦ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଛି |